Latest Odisha News

BREAKING NEWS

ପିକଅପ ଭ୍ୟାନରୁ ମିଳିଲା ୩୫ ଲକ୍ଷ ଟଙ୍କା

ନୂଆପଡ଼ା: ପିକଅପ୍ ଗାଡ଼ିରୁ ମିଳିଲା ୩.୬୯ ଲକ୍ଷ ଟଙ୍କା । ଗାଡ଼ି ଚେକିଂ ବେଳେ ଟଙ୍କା ଜବତ କଲା ଜୋଙ୍କ ପୋଲିସ । ନୂଆପଡ଼ାରୁ ଛତିଶଗଡ଼ ଯାଉଥିବା ବେଳେ ଗାଡିକୁ ଅଟକାଇ ଟଙ୍କା ଜବତ କରିଛି ପୋଲିସ । ତେବେ ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ । ତେବେ ଏ ଟଙ୍କା କେଉଁ ଉଦ୍ଦେଶ୍ୟରେ ନୂଆପଡାରୁ ଯାଉଛି ସେ ନେଇ କୌଣସି ସୂଚନା ମିଳିନଥିବା ବେଳେ ପୋଲିସ ଏହାର ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଗତ ଦୁଇ ଦିନ ତଳେ ମାଲକାନଗିରି-ଛତିଶଗଡ ସୀମାନ୍ତ ଚାଲାନଗୁଡା ନିକଟରୁ ଏକ କାର ଭିତରୁ ୩୦ ଲକ୍ଷ ଟଙ୍କା ଜବତ କରିଥିଲା ପୋଲିସ । ସେପଟେ କାରରେ ବସିଥିବା ଜଣେ ବ୍ୟକ୍ତି ଓ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି ମାଲକାନଗିରି ପୁଲିସ। ତେବେ ନିର୍ବାଚନ ସମୟରେ ଏତେ ପରିମାଣର ଟଙ୍କା କେଉଁଠାରୁ ଆସିଲା ଏବଂ କିଏ ଦେଇଥିଲା ସେ ନେଇ ଖୋଳତାଡ କରୁଛି ପୁଲିସ।

Leave A Reply

Your email address will not be published.