Latest Odisha News

BREAKING NEWS

ଭୁବନେଶ୍ୱରରେ ୨୦ ହଜାର ଟପିଲା କରୋନା ଆରୋଗ୍ୟଙ୍କ ସଂଖ୍ୟା; ଆଜି ୩୬୫ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୬୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ଛଡା ସୁସ୍ଥତାଙ୍କ ସଂଖ୍ୟା ୨୦ ହଜାର ଟପିଛି ।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ସୂଚନାନୁଯାୟୀ ଆଜି ଚିହ୍ନଟ ୩୬୫ ଆକ୍ରାନ୍ତଙ୍କ ମଧ୍ୟରେ ୧୧୬ ଜଣ କ୍ୱାରେଣ୍ଟାଇନ୍ ଏବଂ ୨୪୯ଟି ସ୍ଥାନୀୟ ମାମଲା ରହିଛି ।

ସମସ୍ତ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଅପରପକ୍ଷରେ ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୩୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରେ ମୋଟ୍ ୨୩,୯୧୪ କରୋନା ପଜିଟିଭ ମାମଲା ରହିଛି । ତନ୍ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୫୭୧ ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୧୦୫ ଜଣଙ୍କର ମୃତ୍ୟୁ ଘଟିଛି ।

ଅଧିକ ପଢନ୍ତୁ- କରୋନା ନେଲା ଜୀବନ, ରାଜ୍ୟରେ ଆଖିବୁଜିଲେ ଆଉ ୧୬

Leave A Reply

Your email address will not be published.