Latest Odisha News

BREAKING NEWS

ମାଲକାନଗିରି ଅଧିକ୍ଷଣ ଯନ୍ତ୍ରୀଙ୍କ ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲା : ଆଜି ବ୍ୟାଙ୍କ ଲକରରୁ ୩୮୫ ଗ୍ରାମ ସୁନା ମିଳିଲା

 ଗୁଣୁପୁର : ମାଲକାନଗିରି ଗ୍ରାମ୍ୟ ନିର୍ମାଣ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଖୋଳତାଡ ଜାରି ରହିଛି । ଗୁଣୁପୁର ଆକ୍ସିସ ବ୍ୟାଙ୍କ ଲକରରୁ ଆଜି ୩୮୫ ଗ୍ରାମ ସୁନା ଜବତ କରିଛି ଭିଜିଲାନ୍ସ ।ତା ସହ ୧୦ଟି ସୁନା କଏନ ଜବତ ହୋଇଛି ।

ଏହା ପୂର୍ବରୁ ୧ କେଜି ୬ଶହ ଗ୍ରାମ ସୁନା ଜବତ କରିଥିଲା ଭିଜିଲାନ୍ସ ।୧୨କୋଟିରୁ ଅଧିକ ଟଙ୍କାର ଫିକ୍ସି ଡିପୋଜିଟ୍ ଭିଜିଲାନ୍ସ ଠାବ କରିଛି । ସୂଚନା ଅନୁସାରେ ମାଲାକାନଗିରି ଗ୍ରାମ୍ୟ ନିର୍ମାଣ ଡିଭିଜିନ ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଘରେ ୫ ଦିନ ହେଲା ଭିଜିଲାନ୍ସ ଖୋଳତାଡ ଜାର ରଖିଛି ।

ଶୁକ୍ରବାର ଦିନ ନିର୍ମାଣ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସ ଲକ୍ଷାଧିକ ଟଙ୍କା ନେଇ ବ୍ୟାଙ୍କକୁ ଜମା କରିବାକୁ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

Leave A Reply

Your email address will not be published.