Latest Odisha News

BREAKING NEWS

ପୁରୀରେ ଦୁଇଟି ନୂଆ ରୁଟରେ ଗଡିବ ମୋ ବସ୍, ଏପ୍ରିଲ ୧ତାରିଖରୁ ସେବା ଆରମ୍ଭ

୫୨ ଏବଂ ୫୩ ନମ୍ବର ଦୁଇଟି ନୂଆ ରୁଟ ଯୋଡି ହୋଇଛି

ପୁରୀ :  ପୁରୀରେ ଦୁଇଟି ନୂଆ ରୁଟରେ ଗଡିବ ମୋ ବସ୍ । ପୂର୍ବରୁ ପୁରୀ ଜିଲ୍ଲାରେ ଦୁଇଟି ରୁଟରେ ବସ ସେବା ଜାରି ରହିଥିଲା ।କିନ୍ତୁ ଏଥର ପୁରୀ ସହର ମଧ୍ୟରେ ମୋ ବସ ଚଳାଚଳ ଆରମ୍ଭ ହେବ ।ରୁଟ ନଂ ୫୨ ପୁରୀ ବସ ଷ୍ଟାଣ୍ଡରୁ ରେଳ ଷ୍ଟେସନ , ସମୁଦ୍ର କୂଳ, ସ୍ୱର୍ଗଦ୍ୱାର ଦେଇ ଲାଇଟ ହାଉସ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ । ରୁଟ ନମ୍ବର ୫୩ ମାଳତୀପାଟପୁର ଅଠରନଳା ରୋଡ ଦେଇ ପୁରୀ ବସ ଷ୍ଟାଣ୍ଡ ଯାଏଁ ଗତି କରିବ । ଏହାଦ୍ୱାରା ପୁରୀ ବାସୀଙ୍କ ସମେତ ପୁରୀ ପର୍ଯ୍ୟଟକଙ୍କ ପାଇଁ ଯାତ୍ରା କରିବା ଦିଗରେ ସହାୟକ ହେବ ।

ଜଗନ୍ନାଥ ଧାମ ପୁରୀରେ ଏହି ସେବା ଅପ୍ରେଲ ୧ ତାରିଖରୁ ଆରମ୍ଭ ହେବ । ଏଥିରେ ମୁଖ୍ୟତଃ ୫୨ ଏବଂ ୫୩ ନମ୍ବର ଦୁଇଟି ନୂଆ ରୁଟ ଯୋଡି ହୋଇଛି ।ଯାତ୍ରୀଙ୍କ ଅନୁରୋଧ ପରେ କ୍ରୁଟ ପକ୍ଷରୁ ପ୍ରଥମଥର ସହର ମଧ୍ୟରେ ମୋ ବସ ସେବା ଆରମ୍ଭ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।କ୍ରୁଟ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ କୁମାର ସିଂ କହିଛନ୍ତି ଯେ’ ପୁରୀ ଭଳି ଏକ ପର୍ଯ୍ୟଟକ ବହୁଳ ସ୍ଥାନରେ କ୍ରୁଟ ପକ୍ଷରୁ ମୋ ବସ ସେବା ଆରମ୍ଭ ହୋଇଛି ।

ଏହା ନିଶ୍ଚୟ ଖୁସିର ଖବର ।ଆଶା କରୁଛୁ ପୁରୀ ଜିଲ୍ଲା ଏବଂ ପୁରୀକୁ ଆସୁଥିବା ଦୈନିକ ହଜାର ହଜାର ପର୍ଯ୍ୟଟକମାନଙ୍କ ପାଇଁ ମୋ ବସ୍ ସେବା ବେଶ୍ ସହାୟକ ହେବ ।ପୁରୀ ଓ କୋଣାର୍କ ଓଡିଶାର ଏକ ପ୍ରମୁଖ ସାଂସ୍କୃତିକ ତିର୍ଥକ୍ଷେତ୍ର ଭାବେ ବିଶ୍ୱ ବିଦିତ । ଏହି ରୁଟ ମାନଙ୍କରେ ମୋ ବସ୍ ସେବା ପାଇଁ ବହୁ ଦିନରୁ ସ୍ଥାନୀୟ ଲୋକମାନେ ଅନୁରୋଧ କରିଆସୁଥିଲେ ।ଭୁବନେଶ୍ୱରରୁ ସିଧାସଳଖ ପୁରୀ ଏବଂ କୋଣାର୍କକୁ ମୋ ବସ୍ ଗତି କରୁଥିଲା ।

ପୁରୀରେ ଏହି ସାଧାରଣ ବସ ସେବା ଅପ୍ରେଲ ୧ ତାରିଖ ଶୁକ୍ରବାର ଠାରୁ ଆରମ୍ଭ ହେବ ବୋଲି କ୍ରୁଜ ଜେନେରାଲ ମ୍ୟାନେଜର ଶ୍ରୀମତି ଦିପ୍ତୀ ମହାପାତ୍ର ସୂଚନା ଦେଇଛନ୍ତି । ଯାତ୍ରୀମାନେ ସହଜ ଯାତ୍ରା ପାଇଁ ମୋ ବସ୍ କାର୍ଡ ବ୍ୟବହାର କରିପାରିବେ । ପ୍ରତ୍ୟେକ ବସ ଯାତ୍ରା ପୂୂର୍ବରୁ ପ୍ରତିଥର ସାନିଟାଇଜ କରିବାର ବ୍ୟବସ୍ଥା କରାଯାଇଛି ।ଜନସାଧାରଣ ଏବଂ ସମସ୍ତ କର୍ମଚାରୀଙ୍କ ସୁରକ୍ଷା ପାଇଁ କ୍ରୁଜ ସର୍ବଦା ପ୍ରତିଶ୍ରୁତି ବଦ୍ଧ ଅଟେ ।

ଉଭୟ ରୁଟରେ ବସ ଗୁଡିକ ମାଳତୀପାଟପୁରରୁ ବାହାରି ନିର୍ଣ୍ଣୟ କରାଯାଇଥିବା ରୁଟ ଦେଇ ଗତି କରିବ ।ପର୍ବରୁ କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ କ୍ରୁଟ ଦୀର୍ଘ ୪ ବର୍ଷ ଧରି କଟକ , ଭୁବନେଶ୍ୱର ,  ଖୋର୍ଦ୍ଧା , ପୁରୀ ଭଳି ପ୍ରମୁଖ ସହରାଞ୍ଚଳରେ ମୋ ବସ ସେବା ଯୋଗାଇଆସୁଛନ୍ତି।

Leave A Reply

Your email address will not be published.