Latest Odisha News

BREAKING NEWS

ଖୋଲା ବୋରୱେଲରେ ଖସି ପଡିଲା ୩ ବର୍ଷର ଶିଶୁ, ଉଦ୍ଧାର କାର୍ଯ୍ୟ ଜାରି

ଭୋପାଲ: ଖୋଲା ବୋରୱେଲରେ ଗଳି ପଡିଲା ୩ ବର୍ଷର ଶିଶୁ । ଶିଶୁକୁ ଉଦ୍ଧାର କରିବା ପାଇଁ ଚାଲିଛି ପ୍ରୟାସ। ଶିଶୁଟିକୁ ବଂଚାଇବା ପାଇଁ ରାତିତମାମା ଚାଲିଛି ରେସକ୍ୟୁ ଅପରେସନ୍ । ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି ପୋଲିସ ଓ ସେନା । ମଧ୍ୟପ୍ରଦେଶ ନିୱାରୀ ଜିଲ୍ଲାର ପୃଥ୍ୱୀପୁର ଅଂଚଳରେ ଘଟିଛି ଏଭଳି ଘଟଣା ।

ଗତକାଲି ସକାଳେ ଏକ ୩ ବର୍ଷର ଶିଶୁ ଏକ ବୋରୱେଲରେ ଖସି ପଡ଼ିଛି। ଶିଶୁଟି ଖସିପଡ଼ିବାର ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିବା ବେଳେ ତାକୁ ବଞ୍ଚାଇବା ପାଇଁ ପ୍ରଶାସନ ତରଫରୁ ଚାଲିଛି ରେସକ୍ୟୁ  ଅପରେସନ। ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ଆରମ୍ଭ ହୋଇଥିବା ଅପରେସନରେ ସେନା ଓ SDRF ଟିମ୍‌ ନିୟୋଜିତ ହୋଇଛନ୍ତି । ଜେସିବି ମେସିନ ଲଗାଇ ବୋରୱେଲ ସଂଲଗ୍ନ ଅଞ୍ଚଳରେ ଗାତ ଖୋଳାଯାଉଛି  । ଏସପି କହିଛନ୍ତି, ଯେ ଶିଶୁର ସ୍ୱର ଶୁଣାଯାଉଛି । ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି ।

ସେପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଶିଶୁର ମଙ୍ଗଳ ପାଇଁ ପ୍ରାର୍ଥନା କରିଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ଯେ, ବୋରୱେଲରେ ପଡ଼ିଥିବା ନିରୀହ ପ୍ରହ୍ଲାଦଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ପ୍ରଶାସନ ସହ ସେନା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ମୁଁ ନିଶ୍ଚିତ ଯେ ଖୁବ୍ ଶୀଘ୍ର ପ୍ରହ୍ଲାଦଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯିବ ।   

Leave A Reply

Your email address will not be published.