Latest Odisha News

BREAKING NEWS

କରୋନାରେ ରାଜ୍ୟରୁ ଆଉ ୧୪ ମୃତ, ମୟୂରଭଞ୍ଜରେ ବଢୁଛି ଡେଥ୍ କେସ୍

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁହାର କମ୍ ରହିଥିଲେ ବି ପ୍ରତିଦିନ ୧୦ରୁ ଅଧିକ ଆକ୍ରାନ୍ତ ମୃତ୍ୟୁବରଣ କରୁଛନ୍ତି । ଗତ ୨୪ ଘଣ୍ଚାରେ ଆଉ ୧୪ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ୮ ଜିଲ୍ଲାର ଆକ୍ରାନ୍ତ । ସେମାନଙ୍କ ଭିତରେ ୩ ଜଣ ମହିଳା ଓ ୧୧ ଜଣ ପୁରୁଷ ଅଛନ୍ତି ।

ମମୟୂରଭଞ୍ଜ ଜିଲ୍ଲାରେ ସଂକ୍ରମଣ ସହ ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଜଣ ଆଖି ବୁଜିଛନ୍ତି । ସେହିପରି ଭୁବନେଶ୍ୱରରେ ମହାମାରୀରେ ମୃତ୍ୟୁବରଣ କରିଛନ୍ତି ଆଉ ୩ ଆକ୍ରାନ୍ତ ।

କଟକ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଦୁଇ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣ ନେଇଛି ପ୍ରାଣଘାତୀ କରୋନା । ଏମାନଙ୍କ ବ୍ୟତୀତ ସମ୍ୱଲପୁର, ନବରଙ୍ଗପୁରସ ନୟାଗଡ଼, ଗଞ୍ଜାମ ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୩ ଶହ ୮୭କୁ ବୃଦ୍ଧି ପାଇଛି । ମୃତ୍ୟୁହାର ରହିଛି ୦.୪୬% । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ମୃତ୍ୟୁହାର କମ୍ ରହିଛି ।

Leave A Reply

Your email address will not be published.