Latest Odisha News

BREAKING NEWS

ପଜିଟିଭ ଚିହ୍ନଟ ହୋଇଛନ୍ତି ଗଞ୍ଜାମର ୪ ସୁରତ ଫେରନ୍ତା; ଆକ୍ରାନ୍ତଙ୍କ ସଂଖ୍ୟା ୧୭୭ ଛୁଇଁଲା

ବ୍ରହ୍ମପୁର: ସୀମା ସିଲ ତଥା ସର୍ବସାଧାରଣରେ ଛେପ ପକାଇବା ଉପରେ ରୋକ ଲାଗିବାରେ ଗଞ୍ଜାମ ଥିଲା ପ୍ରଥମ ଜିଲ୍ଲା।

କରୋନାଭାଇରସଠୁ ଜିଲ୍ଲାବାସୀଙ୍କୁ ଦୂରରେ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରତ୍ୟେକ ଆବଶ୍ୟକୀୟ ପଦକ୍ଷେପ ନେଇଥିଲା ଏବଂ ସୁରତରୁ ପ୍ରବାସୀ ଓଡ଼ିଆ ଫେରିବା ପର୍ଯ୍ୟନ୍ତ ଏହା ସଫଳ ମଧ୍ୟ ରହିଥିଲା ।

ମେ ୨ରେ, ଗଞ୍ଜାମରେ ପ୍ରଥମ କରୋନା ପଜିଟିଭ ରିପୋର୍ଟ ହୋଇଥିଲା। ​​ଏହି ଦୁଇ ପଜିଟିଭ ବ୍ୟକ୍ତି ସୁରତ ଫେରନ୍ତା ଥିଲେ । ଏହାପର ଦିନ ଅର୍ଥାତ ମେ ୩ ରେ ଅନ୍ୟ ଜଣେ ସୁରତ ଫେରନ୍ତା କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା ।

ମଙ୍ଗଳବାର (ମଇ ୫) ଦିନ ଗଞ୍ଜାମରେ ଆଉ ଏକ ମାମଲା ଚିହ୍ନଟ ହୋଇଛି ଏବଂ ଏହି ୧୮ ବର୍ଷ ବୟସ୍କ ଯୁବକ ମଧ୍ୟ ସୁରତରୁ ଫେରିଥିବା ଜଣାପଡିଛି।

ଏହି ନୂତନ ମାମଲା ସହିତ ଓଡିଶାରେ ସଂକ୍ରମିତଙ୍କ ସଂଖ୍ୟା ୧୭୭ କୁ ବୃଦ୍ଧି ପାଇଛି। ଏହି ଭୂତାଣୁ ପ୍ରଭାବରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଦୁଇ ଜଣ ପ୍ରାଣ ହରାଇଥିବାବେଳେ ୬୦ ଜଣ ଏହି ରୋଗରୁ ମୁକ୍ତି ପାଇଛନ୍ତି।

Leave A Reply

Your email address will not be published.