Latest Odisha News

BREAKING NEWS

ବିଏମଡବ୍ଲୁ-କଣ୍ଟେନର ଧକ୍କା, ଦୁର୍ଘଟଣାରେ ୪ ମୃତ

ଲକ୍ଷ୍ନୌ: କଣ୍ଟେନର ଓ ବିଏମଡବ୍ଲୁ କାର ମଧ୍ୟରେ ଧକ୍କା। ୪ ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ। ଉତ୍ତର ପ୍ରଦେଶ ସୁଲତାନପୁର ସ୍ଥିତ ପୂର୍ବାଞ୍ଚଳ ଏକ୍ସପ୍ରେସଓ୍ୱେରେ ଏହି ଦୁର୍ଘଟଣା ଘଟିଛି। ମୃତକ ମାନେ କାର ଭିତରେ ଥିଲେ। କାରଟି କଣ୍ଟେନରର ବାମ ପାର୍ଶ୍ୱ ଦେଇ ଯାଉଥିଲା। ଏହି ସମୟରେ ରାସ୍ତା ପାର୍ଶ୍ୱରେ ଥିବା ଡିଭାଇଡର ଏବଂ ଟ୍ରକ ମଝିରେ ଚାପି ଯାଇଥିଲା ବିଏମଡବଲ୍ୟୁ କାର।

ମିିଳିଥିବା ସୂଚନା ଅନୁସାରେ ଯେଉଁ ସ୍ଥାନରେ ଦୁର୍ଘଟଣା ଘଟିଛି ଲଗାଣ ବର୍ଷା ଦ୍ବାରା ସେହି ସ୍ଥାନ ପ୍ରଭାବିତ ହୋଇଥିଲା। ବର୍ଷାରେ ସେହି ସ୍ଥାନରେ ପାଣି ଛିଡା ହୋଇ ରହିଥିବାରୁ ରାସ୍ତା ପାଣିରେ ବୁଡି ରହିଥିଲା।

କୁହାଯାଉଛି ଯେ କାରଟି ସୁଲତାନପୁର ପାର୍ଶ୍ୱରୁ ଯାଉଥିଲା ଏବଂ ସେହି ରାସ୍ତାରେ ଲକ୍ଷ୍ନୌ ପାର୍ଶ୍ୱରୁ ଆସୁଥିବା ଏକ କଣ୍ଟେନରକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରର ଇଞ୍ଜିନ ଚାପି ହୋଇଯାଇଥିବା ବେଳେ ଏବଂ ଭିତରେ ଥିବା ଚାରି ଜଣଙ୍କର ମୃତ୍ୟୁ ଘଟିଥିଲା। ଏମିତିକି ମୃତକଙ୍କ ଶରୀରରୁ ଜଣଙ୍କର ମୁଣ୍ଡ କଟି ଯାଇଥିଲା। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡି ନାହିଁ।

କାରଟି ନମ୍ବର ୟୁକେ ୦୧ଇ ୦୦୦୯ ଅଟେ, ଯାହା ଉତ୍ତରାଖଣ୍ଡର ବୋଲି ସୂଚନା ରହିଛି। ଏହି ଦୁର୍ଘଟଣାର ପ୍ରମୁଖ କାରଣ ଦୃତଗତି ବୋଲି କୁହାଯାଉଛି। ପୋଲିସ ଏହି ଘଟଣାରେ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.