Latest Odisha News

BREAKING NEWS

ଭୟାନକ ରେଳଷ୍ଟେସନ୍ : ରାତି ହେଲେ ଶୁଭେ କାନ୍ଦିବା ଓ ଚିତ୍କାର ଶଦ୍ଦ, ଯିବାକୁ ଭୟ କରନ୍ତି ଲୋକ

ନୂଆଦିଲ୍ଲୀ : ଭାରତରେ ହଜାର ହଜାର ରେଳଷ୍ଟେସନ ରହିଛି  । ଯେଉଁଠି ପ୍ରତିଦିନ ଶହ ଶହ ଲୋକ ଯିବା ଆସିବା କରନ୍ତି  । କିନ୍ତୁ ଦେଶରେ ଏମିତି କିଛି ରେଳଷ୍ଟେସନ ରହିଛି , ଯେଉଁଠାକୁ ଯିବାକୁ ଲୋକେ ଭୟ କରନ୍ତି  । ଆସନ୍ତୁ ଜାଣିବା ସେମିତି କିଛି ରେଳଷ୍ଟସନ ସମ୍ପର୍କରେ । ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାରେ ରହିଛି ବେଗୁନକୋଦର ରେଳଷ୍ଟେସନ୍ । ଏହି ଷ୍ଟେସନଟି ଭୟନକ ରେଳଷ୍ଟେସନ ଭାବେ ଗଣାଯାଏ  । କୁହାଯାଏ ଯେ ଏଠାକୁ ଆସୁଥିବା ଯାତ୍ରୀମାନେ ଧଳା ଶାଢୀ ପିନ୍ଧିଥିବା ଜଣେ ମହିଳାଙ୍କ ଭୂତ ବୁଲୁଥିବାର ଦେଖିଛନ୍ତି  । କେବଳ ଏତିକି ନୁହେଁ , ଏହି ଷ୍ଟେସନ ସହ ଅନେକ ଭୟନକ କାହାଣୀ ଯୋଡି ହୋଇରହିଛି । ଏସବୁ ଘଟଣା ଯୋଗୁଁ ଏହାକୁ ୪୨ ବର୍ଷ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା । ୨୦୦୯ ମସିହାରେ ପୁର୍ନବାର ଏହାକୁ ଖୋଲାଯାଇଛି ।

ସେହିପରି ଉତ୍ତରପ୍ରଦେଶର ପ୍ରୟାଗରାଜରେ ନିକଟରେ ଥିବା ନୈନି ଜେଲରେ ଇଂରେଜ ମାନେ ଅନେକ ଭାରତୀୟ ମାନଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେଉଥିଲେ । ଯାହା ଦ୍ବାରା ବହୁ ଭାରତୀୟଙ୍କର ମୃତ୍ୟୁ ଘଟିଥିଲା । ନୈନିଠାରୁ କିଛି ଦୂରରେ ରହିଛି ରେଳଷ୍ଟେସନ୍  । ଯଦିଓ ଏଠାରେ କିଛି ଅଘଟଣ ଘଟିନାହିଁ  । ତଥାପି ଲୋକମାନେ ଅନେକ ଅଭୁତ ଧାରଣା ରଖିଛନ୍ତି । କିଛି ଲୋକଙ୍କ କହିବା ମୂତାବକ କିଛି ଆତ୍ମା ଷ୍ଟେସନ ନିକଟରେ ଚଳପ୍ରଚଳ  କରନ୍ତି । ରାତିରେ କାନ୍ଦୁଥିବାର ଶଦ୍ଦ ମଧ୍ୟ ଶୁଣିବାକୁ ମିଳେ । ସେହିପରି ମୁମ୍ବାଇରେ ଅବସ୍ଥିତ ଥିବା ମୁଲୁଣ୍ଡ ରେଳଷ୍ଟେସନ ସହ କିଛି ଭୟାନକ କାହାଣୀ ଯୋଡି ହୋଇ ରହିଛି । ଯାତ୍ରୀ ମାନେ କୁହନ୍ତି ସନ୍ଧ୍ୟା ପରେ ଏଠାରେ ଚିତ୍କାର ଶୁଣିବାକୁ ମିଳେ । ଏବଂ ଏହି ଚିତ୍କାର ସେହି ମାନଙ୍କର ହୋଇଥାଏ , ଯେଉଁମାନେ କିଛି ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଥାନ୍ତି ।

ଦେଶର ସବୁଠାରୁ ଭୟାନକ ରେଳଷ୍ଟେସନ ହିସାବରେ ଆନ୍ଧ୍ର ପ୍ରଦେଶର ତିତ୍ତୁର ରେଳଷ୍ଟେସନକୁ ମନାଯାଏ  । ଆଖପାଖରେ ରହୁଥିବା ଲୋକଙ୍କ କହିବା ଅନୁଯାୟୀ କିଛି ବର୍ଷ ପୂର୍ବେ ଏଠାରେ ଜଣେ ସିଆରପିଏଫ୍ ଯବାନଙ୍କର ମୃତ୍ୟୁ ଘଟିଥିଲା । କିଛି ଆରପିଏଫ୍ ଯବାନ ମିଶି ତାଙ୍କୁ ମାରିଦେଇଥିଲେ । ଫଳରେ ସେଦିନଠାରୁ ଏହି ଷ୍ଟେସନର କିଛି ଅଦଭୁତ ଧରଣର ଘଟଣା ଅନୁଭବ ହୁଏ  । କୁହାଯାଏ ଆଜିବି ନ୍ୟାୟ ପାଇଁ ଘୂରି ବୁଲୁଛି ସିଆରପିଏଫ୍ ଙ୍କ ଆତ୍ମା । ସେହିପରି ହିମାଚଳ ପ୍ରଦେଶରେ ରହିଛି ବଡୋଗ ରେଳ ଷ୍ଟେସନ୍ । ଦେଶର ସବୁଠାରୁ ଭୟଙ୍କର ରେଳଷ୍ଟେସନ୍ । ଶିମଲା ଯିବା ରୁଟରେ ପଡେ ଏହି ରେଳଷ୍ଟସନଟି  । ଏହା ଦେଖିବାକୁ ସୁନ୍ଦର କିନ୍ତୁ ଅତ୍ୟନ୍ତ ଭୟାନକ  । ଏହାର ପାଖାପାଖି ଏକ ସୁଡଙ୍ଗ ରହିଛି  । ଏହାକୁ ଜଣେ ବ୍ରିଟିଶ୍ ଇଞ୍ଜିନିୟର ନିର୍ମାଣ କରିଥିଲେ । କିନ୍ତୁ ପରେ ସେ ଆତ୍ମହତ୍ୟା କରିଥିଲେ । ସ୍ଥାନୀୟ ଲୋକ କୁହନ୍ତି ଏହି ସୁଡଙ୍ଗରେ ବ୍ରିଟିସ୍ ଇଞ୍ଜିନିୟରଙ୍କ ଆତ୍ମା ଘୂରିବୁଲୁଛି ।

Leave A Reply

Your email address will not be published.