Latest Odisha News

BREAKING NEWS

ଭିଜିଲାନ୍ସ ପଞ୍ଝାରେ ଆସିଷ୍ଟାଣ୍ଡ ଇଞ୍ଜିନିୟର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଚାଲିଛି ରେଡ୍

କଟକ : ଭିଜିଲାନ୍ସରେ ଜାଲରେ ଆସିଷ୍ଟାଣ୍ଡ ଇଞ୍ଜିନିୟର । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଜିଲ୍ଲା ସାଲେପୁର RW ସଵ ଡିଭିଜନ ସହକାରୀ ଯନ୍ତ୍ରୀ ଅର୍ଜ୍ଜୁନ କୁମାର ସାହୁଙ୍କ ଘରେ ଚଢାଉ କରାଯାଉଛି । ଏକକାଳୀନ ୮ଟି ସ୍ଥାନରେ ଚଢାଉ ଚାଲିଛି । ଖୋର୍ଦ୍ଧା , କଟକ , କେନ୍ଦ୍ରାପଡା ଓ ଭୁବନେଶ୍ୱରରେ ରେଡ କରାଯାଉଛି ।

ଭୁବନେଶ୍ବର ଖଣ୍ଡଗିରିରେ ଥିବା ୩ ମହଲା ଘର , ସାଲେପୁରରେ ଥିବା ସରକାରୀ ବାସଭବନ , କେନ୍ଦ୍ରପଡାରେ ଥିବା ସମ୍ପର୍କୀୟଙ୍କ ଘର ଓ ଭଡା ଘରେ ଚଢାଉ ଜାରି ରହିଛି । ଭିଜିଲାନ୍ସର ୮ଜଣ ଡିଏସପି , ୮ଜଣ ଇନ୍ସପେକ୍ଟର, ୭ ଏଏସଆଇ ଚଢାଉରେ ସାମିଲ ରହିଛନ୍ତି ।

Leave A Reply

Your email address will not be published.