Latest Odisha News

BREAKING NEWS

କ୍ରିସମାସର ନିଆରା ଅନୁଭୂତି ପାଇଁ ବୁଲି ଯାଆନ୍ତୁ ଏହିସବୁ ସ୍ଥାନକୁ !

ଭୁବନେଶ୍ୱର: ଆଉ ଗୋଟିଏ ଦିନ ପରେ ଖ୍ରୀଷ୍ଟମାସ ବା ବଡ଼ଦିନ । ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ନିମନ୍ତେ ଏହା ଏକ ଉତ୍ସବର ଦିନ। ଭଗବାନ ଯୀଶୁଖ୍ରୀଷ୍ଟଙ୍କର ଏହିଦିନ ଜନ୍ମ ହୋଇଥିଲା ବୋଲି ବିଶ୍ୱାସ ରହିଛି। ତେଣୁ ଏହିଦିନକୁ ଧର୍ମାବଲମ୍ବୀ ମାନେ ବଡ଼ ଧୁମଧାମରେ ପାଳନ କରନ୍ତି ।

କିନ୍ତୁ ବର୍ତ୍ତମାନ ସମୟରେ ଏହାକୁ ସମସ୍ତ ସ୍ଥାନରେ ପାଳନ କରାଗଲାଣି । ସବୁଧର୍ମର ଲୋକେ ଏହାକୁ ପାଳନ କରୁଥିବା ଦେଖିବାକୁ ମିଳୁଛି ।

ଭାରତର ଅନେକ ସ୍ଥାନରେ ଏହାକୁ ମହା ଆଡମ୍ବର ସହକାରେ ପାଳନ କରାଯାଏ । ଯେଉଁଠାକୁ ଗଲେ ଆପଣ ପାଇବେ ନିଆରା ଏକ ଅନୁଭୂତି ।

ମୁମ୍ବାଇ:

ମୁମ୍ବାଇକୁ ପ୍ରକୃତରେ ଏକ ମାୟାନଗରୀ । ବିଶେଷ କରି ଉତ୍ସବରେ ସମୟରେ ଏଠାରେ ସହରବାସୀ ରାତିରେ ଶୁଅନ୍ତି ନାହିଁ। ଖ୍ରୀଷ୍ଟମାସ ଓ ନୂଆବର୍ଷରେ ଏଠାରେ ସଡକ ଉପରେ ଉତ୍ସବ ପାଳନ କରାଯାଏ। ଶପିଂ ମଲରେ ମଧ୍ୟ ଖ୍ରୀଷ୍ଟମାସ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଏ।

ଏହାଛଡା ଏଠାରେ ରହିଛି ଅନେକ ପ୍ରସିଦ୍ଧ ଚର୍ଚ୍ଚ । ଅଫଗାନ ଚର୍ଚ୍ଚ, ହୋଲୀନେମ କ୍ୟାଥେଡ୍ରଲ, ସେଣ୍ଟ ମାଇକଲ ଚର୍ଚ୍ଚ ଏବଂ ମାଉଣ୍ଟ ମ୍ୟାରୀଜ ବ୍ୟାସିଲିକା ଚର୍ଚରେ ହେଉଥିବା ମିଡନାଇଟ୍ ମାସ (ଖ୍ରୀଷ୍ଟମାସର ପୂର୍ବ ରାତ୍ରିରେ ହେଉଥିବା ଉତ୍ସବ)ରେ ଆପଣ ସାମିଲ ହୋଇପାରିବେ। ମୁମ୍ବାଇରେ ଖ୍ରୀଷ୍ଟମାସ ପାଳନ କଲେ ଆପଣ ପାଇବେ ଏକ ନିଆରା ଅନୁଭୁତି ।

ଏହି ଅବସରରେ ହୋଟେଲ, ପବ୍ ଓ ରେଷ୍ଟୁରାଣ୍ଟରେ ଖ୍ରୀଷ୍ଟମାସରେ ସ୍ୱତନ୍ତ୍ର ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ପୁଡିଙ୍ଗ, ରୋଷ୍ଟ କେକ୍, ଭଳି ଅନେକ ବ୍ୟଞ୍ଜନ ଆପଣଙ୍କ ଦିନକୁ ଆହୁରି ସ୍ୱତନ୍ତ୍ର କରିଦେବ ।

ଗୋଆ:

ଖ୍ରୀଷ୍ଟମାସ ପାଳନ କରିବା ପାଇଁ ଆଉ ଏକ ଉତ୍କୃଷ୍ଟ ସ୍ଥାନ ହେଉଛି ଗୋଆ । ଗୋଆର ସମୁଦ୍ର ବେଳାଭୂମିରେ ନାନା ରକମର ଖାଦ୍ୟ ପାନୀୟ ସହ ଲାଇଟ ଓ ଫୁଲରେ ସାଜସଜ୍ଜା ହୋଇଥାଏ ।

ସାରାରାତି ଏଠାରେ କୁନିକୁନି ପିଲାଙ୍କ ଦ୍ୱାରା ମେଲୋଡ଼ିଅସ ସଙ୍ଗୀତ ମଧ୍ୟ ପରିବେଷଣ କରାଯାଇଥାଏ । ତେବେ ଥରେ ଗୋଆର ଖ୍ରୀଷ୍ଟମାସ ପାଳନ କଲେ ଆପଣ ଏହାକୁ ସାରାଜୀବନ ନିଜ ସ୍ମୃତିରେ ସାଇତି ରଖିବେ ।

ମନାଲି:

ବରଫାବୃତ ଅଞ୍ଚଳରେ କୌଣସି ଉତ୍ସବ ପାଳନ କରିବାର ଅନୁଭୁତି ପ୍ରକୃତରେ ନିଆରା । ତେବେ ଆପଣ ଯଦି ଖ୍ରୀଷ୍ଟମାସରେ ବୁଲିବାକୁ ଯିବା ପାଇଁ ପ୍ଲାନ କରୁଛନ୍ତି ତେବେ ନିଶ୍ଚିତ ଯାଆନ୍ତୁ ହିମାଞ୍ଚଳ ପ୍ରଦେଶର ମନାଲିକୁ ।

ଧଳା ବରଫ ମଧ୍ୟରେ ଫୁଲ ଓ ଲାଇଟର ସାଜସଜ୍ଜା ଏହାସାଙ୍ଗକୁ ରଙ୍ଗବେରଙ୍ଗର ଖ୍ରୀଷ୍ଟମାସ ଟ୍ରି ଆପଣଙ୍କ ମନମୋହି ନେବ । ସମସ୍ତେ ଏକାଠି ହୋଇ ନିଆଁ ଚାରିପାଖରେ ବସି ରହି ମନଛୁଆଁ ସଙ୍ଗୀତର ତାଳେତାଳେ ନିଜକୁ ହଜାଇବାକୁ ଚାହୁଁଥିଲେ ଯାଆନ୍ତୁ ମନାଲି ।

Leave A Reply

Your email address will not be published.