Latest Odisha News

BREAKING NEWS

ତାଜିଆ ଶୋଭାଯାତ୍ରା ବେଳେ କରେଣ୍ଟ ଲାଗି ୪ ମୃତ, ୧୦ ଆହାତ

ରାଞ୍ଚି: ଶନିବାର ପବିତ୍ର ମହରମରେ ଘଟିଛି ବଡ଼ ଧରଣର ଅଘଟଣ। ଝାଡଖଣ୍ଡର ବୋକାରୋ ଅଞ୍ଚଳରେ ମହରମ ପାଳନ ବେଳେ ତାଜିଆ ଶୋଭାଯାତ୍ରା ବାହାରିଥିଲା। ଏହି ଶୋଭାଯାତ୍ରା ବେଳେ ହାଇ ଭୋଲଟେଜ୍ ତାର ଲାଗି ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହାତ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ପରେ ଏଠାରେ ମହରମ ଶୋକସଭାରେ ପରିଣତ ହୋଇଗଲା।

ଶିଆ ସମ୍ପ୍ରଦାୟ ପକ୍ଷରୁ ଗତକାଲି ଶୋଭାଯାତ୍ରା ବାହାରିଥିଲା। ଅସାବଧାନତା ବଶତଃ ତାଜିଆ ୧୧ ହଜାର ଭୋଲ୍ଟର ହାଇ ଟେନସନ ବିଦ୍ୟୁତ୍ ତାର ସଂସ୍ପର୍ଷରେ ଆସିଯାଇଥିଲା। ଫଳରେ ଅନେକ ଲୋକେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁତରମାନେ ଚିକିତ୍ସାଧିନ ଅଛନ୍ତି। ସୂଚନା ଥାଉକି ବିଦ୍ୟୁତ୍ ତାର ଲାଗିବା ଫଳରେ ଶୋଭାଯାତ୍ରା ପାଇଁ ରଖାଯାଇଥିବା ଏକ ବ୍ୟାଟେରୀ ହଠାତ୍ ଫାଟିଯାଇଥିଲା। ଲୋକେ ଭୟରେ ଚିତ୍କାର କରିବା ସହ ଏଣେତେଣେ ଦୌଡିଥିଲେ। ଏହି ବିସ୍ଫୋରଣରେ ବହୁ ଲୋକେ ଗୁରୁତର ହୋଇଥିଲେ।

Leave A Reply

Your email address will not be published.