Latest Odisha News

BREAKING NEWS

ଚାଉଳ ଚୋରା କାରବାର ଘଟଣାରେ ରେଲୱେ ପୋଲିସର ୪ କର୍ମୀ ନିଲମ୍ବିତ

ଝାରସୁଗୁଡା: କର୍ତ୍ତବ୍ୟରେ ଅବହେଳା ତଥା ଚାଉଳ ଚୋରା କାରବାର ଘଟଣାରେ ଆରପିଏଫ୍ ଡିଜି ରେଲୱେ ପୋଲିସର ୪ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ।

ସେମାନଙ୍କ ମଧ୍ୟରେ ରହିଛନ୍ତି ଆରପିଏଫ୍ ଇନ୍ସପେକ୍ଟର ଏଲ୍ କେ ଦାସ, ଏଏସଆଇ ଏସ.କେ କୁମାର , ହାବିଲଦାର ଆର.ଭି ଠାକୁର ଓ ଡି ବକ୍ସଲା ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗତ ୮ ତାରିଖରେ ଏକ ମାଲବାହୀ ଟ୍ରେନରେ ଓଡିଶା ରାଜ୍ୟ ଯୋଗାଣ ନିଗମର ଚାଉଳ ବରଗଡରୁ ରାଞ୍ଚି ଅଭିମୁଖେ ଯାଉଥିବା ବେଳେ ସେଥିମଧ୍ୟରୁ ପାଖାପାଖି ୨୮୮ ବସ୍ତା ଚାଉଳ ଝାରସୁଗୁଡା ରେଳ ଷ୍ଟେସନ ନିକଟବର୍ତ୍ତୀ ଏକ ସ୍ଥାନରେ ରଖାଯାଇଥିବା ନେଇ ଅଭିଯୋଗ ହୋଇଥିଲା ।

ଏନେଇ ଖବର ପାଇ ଜିଆରପି ପୋଲିସ ଉକ୍ତ ସ୍ଥାନରେ ଚଢାଉ କରିଥିଲେ । ପରବର୍ତ୍ତୀ ସମୟରେ ସେହି ଅଞ୍ଚଳରୁ ଚାଉଳ ବସ୍ତା ଜବତ କରାଯାଇଥିଲା ।

ତେବେ ଏହି ଘଟଣାରେ କୌଣସି ମାମଲା ରୁଜୁ ହୋଇନଥିବା ବେଳେ ଆରପିଏଫ୍ ଡିଜି କର୍ତ୍ତବ୍ୟରେ ଅବହେଳା କରିଥିବା ଦର୍ଶାଇ ସମ୍ପୃକ୍ତ କର୍ମଚାରୀମାନଙ୍କୁ ନିଲମ୍ବିତ କରିଥିଲେ ।

Leave A Reply

Your email address will not be published.