Latest Odisha News

ଆଧୁନିକୀକରଣ କାର୍ଯ୍ୟ ପାଇଁ ପ୍ରଭାବିତ ହେବ ଏହି ସବୁ ଟ୍ରେନ୍

ଭୁବନେଶ୍ୱର: ସମ୍ବଲପୁର ସିଟି ଏବଂ ମାନେଶ୍ଵର ମଧ୍ୟରେ ଦୋହରୀକରଣ କାର୍ଯ୍ୟର କାର୍ଯ୍ୟକ୍ଷମ ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେବ । ଚକ୍ରଧରପୁର ରେଳ ମଣ୍ଡଳ ଅଧୀନରେ ଥିବା କାଂସବାହଲ ଏବଂ ରାଜଗାଙ୍ଗପୁର ଷ୍ଟେସନ ମଧ୍ୟରେ ସୀମିତ ଉଚ୍ଚତା ବିଶିଷ୍ଟ ଉପ-ମାର୍ଗ ନିର୍ମାଣ କରାଯି । ଏଥି ଯୋଗୁଁ ରାଉରକେଲା-ଝାରସୁଗୁଡା-ସମ୍ବଲପୁର ସିଟି-ରେଢ଼ାଖୋଲ ରେଳ ସେକ୍ସନରେ ଟ୍ରେନ୍ ସେବା ପ୍ରଭାବିତ ହେବ ।

୨୪ ତାରିଖରେ (20472) ପୁରୀ-ବିକାନେର ଏକ୍ସପ୍ରେସ ଏହାର ନିର୍ଦ୍ଧାରିତ ସମୟ ସକାଳ ୬ଟା ୩୫ ପରିବର୍ତ୍ତେ ପୁରୀରୁ ସକାଳ ୮ଟା ୩୫ରେ ଛାଡିବ । ୨୩ ତାରିଖରେ (20917) ଇନ୍ଦୋର-ପୁରୀ ଏକ୍ସପ୍ରେସ ଇନ୍ଦୋରରୁ ଏହାର ନିର୍ଦ୍ଧାରିତ ସମୟ ଅପରାହ୍ଣ ୩ଟା ପରିବର୍ତ୍ତେ ଇନ୍ଦୋରରୁ ସନ୍ଧ୍ୟା ୫ଟାରେ ଛାଡ଼ିବ । ୨୪ ତାରିଖରେ (18311) ସମ୍ବଲପୁର-ବନାରସ ଦ୍ୱି-ସାପ୍ତାହିକ ଏକ୍ସପ୍ରେସ ସମ୍ବଲପୁରରୁ ନିର୍ଦ୍ଧାରିତ ସମୟ ଦିନ ୧ଟା ୫ ପରିବର୍ତ୍ତେ ଅପରାହ୍ଣ ୩ଟା ୫୦ରେ ଛାଡ଼଼ିବ । ୨୩ରେ (18478) ଋଷିକେଶ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଋଷିକେଶରୁ ସକାଳ ୫ଟା ୩୫ ପରିବର୍ତ୍ତେ ପୂର୍ବାହ୍ନ ୯ଟା ୨୦ରେ ଛାଡ଼ିବ ।

ସେହିଭଳି ୨୪ ତାରିଖରେ ଉଭୟ ଦିଗରୁ (18125/18126) ରାଉରକେଲା-ପୁରୀ-ରାଉରକେଲା ଇଣ୍ଟର ସିଟି ଏକ୍ସପ୍ରେସ ବାତିଲ୍ ହୋଇଥିବା ବେଳେ ଉଭୟ ଦିଗରୁ (18107/18108) ରାଉରକେଲା-ଜଗଦଳପୁର-ରାଉରକେଲା ଇଣ୍ଟର ସିଟି ଏକ୍ସପ୍ରେସ ବାତିଲ୍ କରାଯାଇଛି ।

ସେହିଭଳି ୨୩ରୁ ୨୫ ତାରିଖ ମଧ୍ୟରେ (18125/18126) ରାଉରକେଲା-ପୁରୀ ରାଉରକେଲା ଏକ୍ସପ୍ରେସ ଉଭୟ ଦିଗରୁ ପୁରୀ ଏବଂ ସମ୍ବଲପୁର ମଧ୍ୟରେ ବାତିଲ୍ ହେବ । ୨୩ରୁ ୩୦ ଯାଏ (12893/12894) ଭୁବନେଶ୍ୱର-ବଲାଙ୍ଗିର-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ ଉଭୟ ଦିଗରୁ ଜୁଜୋମୁରା ଏବଂ ବାଲାଙ୍ଗିର ମଧ୍ୟରେ ବାତିଲ୍ ହେବ ।

୨୪ରେ ହାଓଡ଼ାରୁ ଛାଡ଼ିବାକୁଥିବା (12871) ହାଓଡ଼ା-ଟିଟିଲାଗଡ ଇସ୍ପାତ ଏକ୍ସପ୍ରେସ ଚକ୍ରଧରପୁର ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ ଚକ୍ରଧରପୁରରୁ ହାୱଡ଼ାକୁ ଏକ ସ୍ୱତନ୍ତ୍ର ଟ୍ରେନ ଭାବରେ (22862) କାଣ୍ଟାବାଞ୍ଜି-ହାୱଡ଼ା ଇସ୍ପାତ ଏକ୍ସପ୍ରେସ ମାର୍ଗରେ ଫେରିବ । ୨୪ରେ କାଣ୍ଟାବାଞ୍ଜିରୁ (22862) କାଣ୍ଟାବାଞ୍ଜି-ହାୱଡ଼ା ଇସ୍ପାତ ଏକ୍ସପ୍ରେସ୍ ଝାରସୁଗୁଡା ପର୍ଯ୍ୟନ୍ତ ଚାଲିବ ଏବଂ (12871) ହାୱଡ଼ା-ଟିଟିଲାଗଡ଼ ଇସ୍ପାଟ ଏକ୍ସପ୍ରେସ ମାର୍ଗରେ ଝାରସୁଗୁଡାରୁ ଟିଟିଲାଗଡ଼କୁ ଫେରିବ ।

(18452) ପୁରୀ-ହଟିଆ ତାପସ୍ୱିନୀ ଏକ୍ସପ୍ରେସ ୨୩ ତାରିଖରେ ସମ୍ବଲପୁର ପର୍ଯ୍ୟନ୍ତ ଚାଲିବ ଏବଂ ୨୪ରେ (18451) ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସ ଭାବରେ ସମ୍ବଲପୁରରୁ ପୁରୀକୁ ଫେରିବ । (18451/18452) ପୁରୀ-ହଟିଆ-ପୁରୀ ତପସ୍ୱିନି ଏକ୍ସପ୍ରେସର ସେବା ସମ୍ବଲପୁର-ହାଟିଆ-ସମ୍ବଲପୁର ମଧ୍ୟରେ ଉଭୟ ଦିଗରୁ ବାତିଲ ହେବ ।

ସେହିଭଳି (20817/20818) ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ୨୭ ତାରିଖରେ ଭୁବନେଶ୍ୱରରୁ ଏବଂ ୨୮ ତାରିଖରେ ନୂଆଦିଲ୍ଲୀରୁ ଭୁବନେଶ୍ୱର-ଯଖପୁରା-ଜେରୋଲି-ରାଜଖରସୁଆଁ ମାର୍ଗ ଦେଇ ଯାତାୟାତ କରିବ ଏବଂ ଏହା ଭୁବନେଶ୍ୱର-ସମ୍ବଲପୁର ଶିରି-ଝାରସୁଗୁଡା ମାର୍ଗରେ ଯିବା ନାହିଁ ।

(20807) ବିଶାଖାପାଟନମ୍-ଅମୃତସର ହିରାକୁଦ୍ ଏକ୍ସପ୍ରେସ ୨୭ ତାରିଖରେ ବିଜୟନଗରମ-ଭୁବନେଶ୍ୱର-ସମ୍ବଲପୁର ପରିବର୍ତ୍ତେ ବିଜୟନଗରମ-ଟିଟିଲାଗଡ-ସମ୍ବଲପୁର ମାର୍ଗରେ ଯାତ୍ରା କରିବ  । ୨୩ ତାରିଖରେ ବାଙ୍ଗାଲୋରରୁ ଛାଡ଼ିବାକୁ ଥିବା (12836) ବାଙ୍ଗାଲୋର-ହଟିଆ ଏକ୍ସପ୍ରେସ ଆଧୁନିକୀକରଣ କାର୍ଯ୍ୟ ପାଇଁ ଉପଯୁକ୍ତ ମାର୍ଗରେ ନିୟନ୍ତ୍ରିତ ହେବ ।

Leave A Reply

Your email address will not be published.