Latest Odisha News

BREAKING NEWS

ଭଡ଼ାରେ ମିଳୁଛି ଗର୍ଲଫ୍ରେଣ୍ଡ: ଦିନକୁ ଚାର୍ଜ ଜାଣିଲେ ହୋସ ଉଡ଼ିଯିବ

ମେକ୍ସିକୋ: ଆଜିକାଲି ଭଡ଼ାରେ ପ୍ରତ୍ୟେକ ଜିନିଷ ସହଜରେ ମିଳିପାରୁଛି । ଲୋକମାନେ ଘର ହେଉ କି ଗାଡ଼ି ପ୍ରତ୍ୟେକ ଜିନିଷ ଭଡ଼ାରେ ନେଇଥାନ୍ତି । କିନ୍ତୁ ଏବେ ଗର୍ଲଫ୍ରେଣ୍ଡ ଅତି ସହଜରେ ଭଡ଼ାରେ ମିଳିପାରୁଛନ୍ତି । ଯିଏ ଆପଣଙ୍କର ସବୁ ଆବଶ୍ୟକତାକୁ ପୂରଣ କରିପାରିବ । କିନ୍ତୁ ଏହାର ପ୍ରତିବଦଳରେ ସେ ଅଧିକ ଟଙ୍କା ଚାର୍ଜ କରନ୍ତି ।

BjdElectrycity

ବିଭିନ୍ନ ପ୍ରକାରର ଚାକିରି ଦେଖିଥିବେ, ଯାହା ମାଧ୍ୟମରେ ଲୋକମାନେ ଟଙ୍କା ରୋଜଗାର କରନ୍ତି । କିନ୍ତୁ ମେକ୍ସିକୋରେ ରହୁଥିବା କିର୍ମି ନାମକ ଜଣେ ଯୁବତୀଙ୍କ ରୋଜଗାର କରିବାର ତରିକା ଟିକେ ଅଲଗା । ସେ ପୁରୁଷମାନଙ୍କର ଗର୍ଲଫ୍ରେଣ୍ଡ ହୋଇ କୋଟି ଟଙ୍କା ରୋଜଗାର କରୁଛନ୍ତି । ତାଙ୍କର କାମ ହେଉଛି ସରୋଗେଟ୍ ଗର୍ଲଫ୍ରେଣ୍ଡ ହେବା । ସୋସିଆଲ ମିଡିଆରେ ତାଙ୍କର ୨ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି ।

କିର୍ମି ଏବେ ମେକ୍ସିକୋରେ ରୁହନ୍ତି । ପ୍ରତ୍ୟେକ ଦିନ ନୂଆ ନୂଆ ପୁରୁଷଙ୍କ ଗର୍ଲଫ୍ରେଣ୍ଡ ହୋଇଥାନ୍ତି । ସେ ତାଙ୍କ ସହିତ ବୁଲିବା, ହୋଟେଲରେ ଖାଇବା, ଫିଲ୍ମ ଦେଖିବା ଓ ସପିଂ କରିଥାନ୍ତି । ଏଥିଲାଗି ସେ ଅଧିକ ଚାର୍ଜ କରିଥାନ୍ତି । ଦିନକୁ କିର୍ମି ଅତି କମରେ ୪୪ ହଜାର ଟଙ୍କା ନେଇଥାନ୍ତି । ଏହି ଭାବେ ସେ ମାସକୁ ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିଥାନ୍ତି । ସେ କେବଳ ଅବିବାହିତ ପୁଅମାନଙ୍କ ସହ ଡ଼େଟ୍‌ରେ ଯାଇଥାନ୍ତି । ତାଙ୍କ ସହିତ ମିଶିବା ପରେ ଅନେକ ପୁଅ ସବୁଦିନ ପାଇଁ ନିଜର କରିବାକୁ ଚାହାଁନ୍ତି, ହେଲେ କିର୍ମି ସେମାନଙ୍କ ପ୍ରସ୍ତାବରେ ରାଜି ହୁଅନ୍ତି ନାହିଁ ।

Leave A Reply

Your email address will not be published.