ଉଦୟପୁର: ପୁର୍ନଜନ୍ମ ଘଟଣା ନେଇ ଏବେ ବି ତର୍କ ଚାଲିଛି । ବୈଜ୍ଞାନିକ ଓ ଗବେଷକମାନେ ଏହା ସମ୍ଭବ ନୁହେଁ ଦାବୀ କରୁଥିବା ବେଳେ ଗୋଟିଏ ପରେ ଗୋଟିଏ ଘଟଣା ଏହି ରହସ୍ୟକୁ ଅନାବୃତ କରୁଛି । ରାଜସ୍ଥାନର ଉଦୟପୁରରେ ପୁନର୍ବାର ଏ ଭଳି ଏକ ଘଟଣା ଘଟିଛିି । ପରାବଲ ଗ୍ରାମର ରତନ ସିଂ ଚୁଡାବତଙ୍କ ୫ମ ଝିଅ । ସେ ଏକ ହୋଟେଲରେ କାର୍ଯ୍ୟ କରନ୍ତି । ପ୍ରାୟ ୧ ବର୍ଷ ହେବ ତାଙ୍କ ସାନ ଝିଅ କିଂଜଲ (୪ ବର୍ଷ) ନିଜକୁ ୩୦ କିଲୋମିଟର ଦୂରରେ ଥିବା ଗ୍ରାମର ଉଷା ବୋଲି କହି ଆସୁଥିଲା । ପ୍ରଥମେ ପରିବାରବର୍ଗ ଏହାକୁ ଗୁରୁତ୍ୱ ଦେଉ ନ ଥିଲେ । ୯ ବର୍ଷ ତଳେ ଦୁର୍ଘଟଣାରେ ପୋଡି ହୋଇ ମୃତ୍ୟୁବରଣ କରିଥିଲି ବୋଲି କହିବା ପରେ ବାପାମାଆ ଚିନ୍ତାରେ ପଡି ଯାଇଥିଲେ । କିଂଜଲ ସେଠାରେ ଥିବା ତା ପରିବାର ସମ୍ପର୍କରେ କହିଥିଲା ।
ଏହାକୁ ତଦନ୍ତ କରିବା ପରେ ସେ ଯାହା ଯାହା କହିଥିଲା, ସବୁ ସତ୍ୟ ପ୍ରମାଣିତ ହେଲା । ଉଷାରେ ଭାଇ (ପଙ୍କଜ)କୁ ଦେଖ କିଂଜଲ ନାଁ ଧରି ଡାକିଥିଲା । ସମସ୍ତେ ଚକିତ ହୋଇ ଯାଇଥିଲେ । କାରଣ ସେହି ଗ୍ରାମକୁ ସେ କେବେ ଯାଇ ନ ଥିଲେ କିମ୍ବା ପଙ୍କଜକୁ ଦେଖି ନ ଥିଲା । ଏବେ ଉଷାଙ୍କ ପରିବାର ସହ ରତନଙ୍କ ସମ୍ପର୍କ ନିବୀଡ ହୋଇଯାଇଛି । ତେବେ କିଂଜଲ କିପରି ଏ ସବୁ କଥା ଜାଣିଲା ତାହା ପୁଣି ଗବେଷକ, ଡାକ୍ତର ଏବଂ ବୈଜ୍ଞାନିକଙ୍କୁ ଚିନ୍ତାରେ ପକାଇ ଦେଇଛି ।
BREAKING NEWS
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା
- ତାମିଲନାଡୁରେ ‘ଥାଇମାମନ ଥଙ୍ଗା ମୋତିରମ ଥିଟ୍ଟମ’ ଶୁଭାରମ୍ଭ: ନବଜାତ ଶିଶୁଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି
- MMDR ବିଲ୍କୁ ନେଇ ତେଜିଲା ରାଜନୀତି; ବିଜେଡିକୁ ବିଜେପିର କଡ଼ା ଜବାବ
- Influencer Nidhi Tiwari Suicide: କ’ଣ ଥିଲା ଶେଷ କଥା ?
- Delhi Air Pollution: ନଭେମ୍ବରରୁ ଅଫିସରେ କମିବେ ଲୋକ, ବଢିବ ପାର୍କିଂ ଫି
- ଅପମିଶ୍ରିତ ପନିର କାରବାର;୧୧ ଜଣଙ୍କ ନାଁ ରେ ଏତଲା ଦେଲା KMC

Comments are closed.