Latest Odisha News

BREAKING NEWS

ଭୁବନେଶ୍ୱରରେ ସୁଧୁରିଛି କରୋନା ସଂକ୍ରମଣ ସ୍ଥିତି, ତଥାପି ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ବିଏମସି ନୋଡ଼ାଲ ଅଧିକାରୀ ଶୁଭେନ୍ଦୁ କୁମାର ଦାସ । ସେ କହିଛନ୍ତି, ରାଜଧାନୀରେ ସ୍ଥିତି ସୁଧୁରୁଛି । ଏବେବି ସତର୍କ ରହିବାକୁ ପଡ଼ିବ । ଭୁବନେଶ୍ୱରରେ ଚାରୋଟି ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲ ଓ ଦୁଇଟି କୋଭିଡ଼ କେୟାର ସେଣ୍ଟର କାର୍ଯ୍ୟକ୍ଷମ ଅଛି ।

ସଂକ୍ରମଣକୁ କମାଇବା ପାଇଁ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଉଛି । ଅନେକ ପ୍ରତ୍ୟାହୃତ ହୋଇ ବର୍ତ୍ତମାନ ଏହି ସଂଖ୍ୟା ୧୩୫ରେ ସୀମିତ ରହିଛି । ଦକ୍ଷିଣପୂର୍ବ ଜୋନରେ ୪୦ଟି, ଦକ୍ଷିଣ ପଶ୍ଚିମ ଜୋନରେ ୬୨ଟି ଏବଂ ଉତ୍ତର ଜୋନରେ ୩୩ଟି ମାଇକ୍ରୋ କଣ୍ଟେନମେଣ୍ଟ ରହିଛି ।

ବିଭିନ୍ନ ହସ୍ପିଟାଲରେ ୪୮୨ଜଣ ଚିକିତ୍ସତ ହେଉଛନ୍ତି । ଅନ୍ୟମାନେ ସଙ୍ଗରୋଧରେ ଅଛନ୍ତି । ସଂକ୍ରମିତଙ୍କ ଉପରେ ନଜର ରଖାଯାଇଛି । ବିଭିନ୍ନ ମାଧ୍ୟମରେ କୋଭିଡ଼ ସଚେତନତା କରାଯାଉଛି । ନିୟମକୁ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଟିକାକରଣ ଓ ଟେଷ୍ଟିଂକୁ ବ୍ୟାପକ ହୋଇଛି ।

Comments are closed, but trackbacks and pingbacks are open.