Latest Odisha News

BREAKING NEWS

[ଭିଡ଼ିଓ] ଚାଷୀଙ୍କ ପାଇଁ ବାଧକ ସାଜିଛି ରେଳ ଧାରଣା

କାମାକ୍ଷାନଗର: ଚାଷୀଙ୍କ ପାଇଁ କାଳ ସାଜିଛି ରେଳ ଧାରଣା । ତାଳଚେର ଓ ଡ଼ୁବୁରୀ ମଧ୍ୟରେ ଚାଲିଥିବ। ରେଳପ୍ରକଳ୍ପ ଏବେ ଚାଷୀଙ୍କ ପାଇଁ କାଳ ସାଜିଛି ।  କାମାକ୍ଷାନଗର ବ୍ଲକ ବଡସୁଆଁଳ ହାଟୁଆରି ଗ୍ରାମର ପ୍ରାୟ ଶହଶହ ଏକର ଜମି ରେଳଧାରଣା ଅପରପାର୍ଶ୍ୱରେ ରହିଅଛି । କିନ୍ତୁ ଜମିକୁ ଯିବା ପାଇଁ କୌଣସି ରାସ୍ତା ନାହିଁ । ଯାହା ଫଳରେ ଚାଷକାମ କରି ପରିବାର ପ୍ରତିପୋଷଣ କରୁଥିବା ଚାଷୀ ଏବେ ଚିନ୍ତାରେ ।

ହାଟୁଆରି ଗ୍ରାମବାସୀଙ୍କ ମୁଖ୍ୟ ବେଉସା ଚାଷ । ଚାଷ କରି ନିଜର ପରିବାର ପ୍ରତିପୋଷଣ କରିବା ସହିତ ପନିପରିବା ଚାଷ କରି ବଜାରକୁ ଯୋଗାଉଥିଲେ ।  କିନ୍ତୁ ଏବେ ଚାଷୀମାନଙ୍କ ପାଇଁ କାଳ ସାଜିଛି ହାଟୁଆରି ଠାରେ ନିର୍ମାଣ ହେଉଥିବା ରଙ୍ଗମାଟିଆ ରେଲୱେ ଷ୍ଟେସନ । ଫସଲ ଅମଳ ସମୟରେ ରେଲୱେ ଟ୍ରାକ ବିଛାଯିବା ସହିତ ରେଲୱେ ଷ୍ଟେସନ ନିର୍ମାଣ ହେବା ଫଳରେ ଚାଷୀ ମାନେ ଚାଷଜମି କୁ ନା ଯାଇପାରୁଛନ୍ତି ନା ଫସଲ ଅମଳ କରି ଘରକୁ ଆଣିପାରୁଛନ୍ତି l

କେହିକେହି ଅଧିକ ଖର୍ଚ୍ଚାନ୍ତ ହୋଇ ଶ୍ରମିକ ଦ୍ୱାରା ମୁଣ୍ଡ ରେ ବୁହାଇ ବିପଦସଂକୁଳ ଅବସ୍ଥାରେ ରେଲୱେ ଟ୍ରାକ ପାର ହୋଇ ଫସଲ ଘରକୁ ଆଣୁଥିବା ବେଳେ ଅନ୍ୟ ମାନେ ଫସଲ ଆଣିନପାରି ଚାଷଜମିରେ ଛାଡିଦେଇଛନ୍ତି l ଏ ସମ୍ପର୍କ ରେ ଗ୍ରାମବାସୀ ମାନେ ବାରମ୍ବାର ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇ ପାରିନାହିଁ l

ଏ ସମ୍ପର୍କ ରେ କାମାକ୍ଷାନଗର ଉପଜିଲ୍ଲାପାଳ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରି ତାହାର ସମାଧାନ କରିବାପାଇଁ ପ୍ରତିଶୃତି ଦେଇଛନ୍ତି l

Comments are closed, but trackbacks and pingbacks are open.