Latest Odisha News

BREAKING NEWS

ରାତାରାତି ଷ୍ଟାର ପାଲଟିଗଲେ ଏହି ଗୋଲକିପର

ନୂଆଦିଲ୍ଲୀ: ଚଳିତ ବିଶ୍ୱକପ ଫୁଟବଲରେ ପୂର୍ବ ବିଶ୍ୱ ଚାମ୍ପିୟନ ସ୍ପେନ ବିପକ୍ଷରେ କେପେ ଭେର୍ଡେ ଟିମର ପ୍ରଦର୍ଶନ ସମସ୍ତ ପ୍ରଶଂସକଙ୍କୁ ପ୍ରଭାବିତ କରିଛି । ଏହି ମ୍ୟାଚ ୦-୦ରେ ଡ୍ର ରହିଥିଲା । କେପ ଭେର୍ଡେର ୪୦ ବର୍ଷୀୟ ଗୋଲକିପର ଭୋଜିହ୍ନା ସ୍ପେନର ୮ ନିଶ୍ଚିତ ଗୋଲକୁ ଅଟକାଇ ଥିଲେ । ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ତାଙ୍କ ପ୍ରଦର୍ଶନରେ ସ୍ତବ୍ଧ ହୋଇ ଯାଇଥିଲେ । ୬ ଥର ବକ୍ସ ମଧ୍ୟରେ ସେ ଏକାକୀ ଗୋଲ ବଂଚାଇଥିଲେ । ଆଉ ଏହି ପ୍ରଦର୍ଶନ ତାଙ୍କୁ ରାତାରାତି ଷ୍ଟାର କରିଦେଇଛି । ଭୋଜିହ୍ନାଙ୍କ ସୋସିଆଲ ମିଡିଆରେ ୫୦୦୦୦ ପାଖାପାଖି ଫଲୋର୍ସ ଥିଲେ । ଏବେ ଏହା ୫ ଲକ୍ଷରୁ ଊର୍ଦ୍ଧ୍ୱ ହୋଇଯାଇଛି ।

ବିବିସି ରିପୋର୍ଟ ଅନୁସାରେ ୟୁ ଟ୍ୟୁବ ଚ୍ୟାନେଲ କେଜ ଟିଭି ମ୍ୟାଚ ଅବସରରେ ତାଙ୍କୁ ସମର୍ଥନ କରିବା ପାଇଁ ଅନୁରୋଧ କରିଥିଲେ, ଆଉ ଏହା ପରେ ଫଲୋର୍ସଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କେପ ଭେର୍ଡେରେ ମାତ୍ର ୫ ଲକ୍ଷ ଲୋକ ବାସ କରନ୍ତି । ସେଠାରେ ଫୁଟବଲ ପ୍ରତି ଅନେକ ଦୁର୍ବଳ ରହିଛି । ସ୍ପେନ ବିପକ୍ଷ ମ୍ୟାଚ ପରେ ଏହି ପାଗଳାମୀ ଆହୁରି ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । ୨୫ ବର୍ଷ ବୟସରେ ଭୋଜିହ୍ନା ପ୍ରଫେଶନାଲ ଫୁଟବଲ କ୍ୟାରିୟର ଆରମ୍ଭ କରିଥିଲେ । ସେ ଏହା ମଧ୍ୟରେ ୯ଟି କ୍ଲବ ଓ ୫ ଦେଶ ପକ୍ଷରୁ ଖେଳି ସାରିଛନ୍ତି ।

Leave A Reply

Your email address will not be published.