Latest Odisha News

BREAKING NEWS

କରୋନା ଭାଇରସ: ଉହାନରୁ ଫେରିଥିବା ୪୦୬ ଭାରତୀୟଙ୍କ ରିପୋର୍ଟ ନେଗେଟିଭ୍‌

ନୂଆଦିଲ୍ଲୀ: ଚୀନର କରୋନା ବ୍ୟାପିଥିବା ସହର ଉହାନରୁ ଭାରତ ଫେରିଥିବା ୪୦୬ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଉହାନରୁ ଭାରତ ଫେରିବା ପରେ ସମସ୍ତଙ୍କୁ ଆଇଟିବିପିର ଏକ ସ୍ୱତନ୍ତ୍ର କେନ୍ଦ୍ରରେ ରଖାଯାଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ଓ ଯାଂଚ ପରେ ସମସ୍ତ ଭାରତୀୟ କରୋନା ମୁକ୍ତ ବୋଲି ଜଣାପଡିଥିଲା । ଏହାପରେ ସେମାନଙ୍କୁ ଘରକୁ ପଠାଯିବ ବୋଲି ଜଣାପଡିଛି । ଆଇଟିବିପି ମୁଖପାତ୍ରଙ୍କ କହିବାନୁସାରେ, ସମସ୍ତ ୪୦୬ ଭାରତୀୟ ସଂପୂର୍ଣ୍ଣ କରୋନା ମୁକ୍ତ ଓ ଜଣେ ବି ସନ୍ଦିଗ୍ଧ ନାହାଁନ୍ତି ।

 

ସୂଚନାଯୋଗ୍ୟ, ଏଯାଏଁ ଚୀନରେ ୧୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ୭୦,୪୦୦ରୁ ଅଧିକ ଲୋକ ସଂକ୍ରମିତ ଥିବା ଆଶଙ୍କା କରାଯାଉଛି ।

ଅଧିକ ପଢ଼ନ୍ତୁ: ମାତ୍ର ୩୦ ସେକେଣ୍ଡରେ କରୋନା ଭାଇରସର ହେବ ମୂଳପୋଛ ! ଜାଣନ୍ତୁ ଉପାୟ

ଜାତୀୟ ଗଣମାଧ୍ୟମର ସୂଚନାନୁଯାୟୀ କରୋନା ଭାଇରସ୍ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୯୩୩ ଜଣ ବ୍ୟକ୍ତି ନୂଆ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.