Latest Odisha News

ଇଣ୍ଡୋନେସିଆରେ ଭୂମିକମ୍ପ, ୪୪ ମୃତ

ଜାକର୍ତ୍ତା: ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ ହୋଇ ୪୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିରେ ଅନେକ ଆହତ ହୋଇଥିବା ଜଣାପଡିଛି । ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲେଯେ, ହଜାର ହଜାର ଘର ଭାଙ୍ଗିରୁଜି ଯାଇଛି । ଓ୍ୱେଷ୍ଟ ଜାଭାର ସିଆଞ୍ଜୁର ଠାରେ ଭୂମିକମ୍ପ ବ୍ୟାପକ କ୍ଷୟକ୍ଷତି କରିଥିବା ଅଧିକାରୀ କହିଛନ୍ତି । ୫.୬ ମାଗ୍ନିଚ୍ୟୁଡରେ ହୋଇଥିବା ଭୂମିକମ୍ପରେ ୪୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୩ଶହ ଆହତ ହୋଇଛନ୍ତି ।

ଗ୍ରେଟର ଜାକର୍ତ୍ତା ଅଞ୍ଚଳରେ ଭୂମିକମ୍ପର ବେଶୀ ପ୍ରଭାବ ଅନୁଭୂତ ହୋଇଛି । ଭୂମିକମ୍ପ ପ୍ରାୟ ୩ ମିନିଟରୁ ଅଧିକା ସମୟ ଧରି ଅନୁଭୂତ ହୋଇଥିଲା । ଆହତମାନଙ୍କୁ ଡାକ୍ତରଖାନାର ସ୍ଥାନାନ୍ତର କରାଯାଇଛି ଓ ଉଦ୍ଧାର କାର୍ଯ୍ୟ ସହିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି ।

ଚଳିତବର୍ଷ ଫେବୃଆରୀ ମାସରେ ଏହିପରି ୬.୨ ମାଗ୍ନିଚ୍ୟୁଡ୍ ଶକ୍ତିଶାଳୀ ଭୂମିକମ୍ପ ଘଟି ୨୫ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ୪୬୦ ଜଣ ଆହତ ହୋଇଥିଲେ । ତା ପୂର୍ବରୁ ଜାନୁଆରୀ ୨୦୨୧ରେ ୬.୨ ମାଗ୍ନିଚ୍ୟୁଡ୍ ରେ ଭୂମିକମ୍ପ ହୋଇଥିଲା । ୨୦୦୪ରେ ସୁନାମୀ ଯୋଗୁଁ ପ୍ରାୟ ୨ଲକ୍ଷ ୩୦ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା ।

Comments are closed.