Latest Odisha News

BREAKING NEWS

କରୋନା ଲଢେଇରେ ଝାସ ଦେଲା ୪୫ ଦିନର ଶିଶୁ !

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣରେ ଭାରତରେ ଜଣେ ଦେଢ଼ ମାସ ଶିଶୁର ମୃତ୍ୟୁ ଘଟିଛି। ଶିଶୁଟି ଡାକ୍ତରଙ୍କଠାରୁ ଏହି ଭୁତାଣୁ ଦ୍ଵାରା ଆକ୍ରାନ୍ତ ହୋଇ ଶନିବାର ଦିଲ୍ଲୀର କାଲାୱଟୀ ସରାନ ଶିଶୁ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରାୟ ତିନି ଦିନ ପୂର୍ବରୁ ଜଣେ ବରିଷ୍ଠ ଡାକ୍ତରଙ୍କ କରୋନା ରିପୋର୍ଟ ପଜିଟିଭ୍ ବାହାରିଥିଲା। ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଆଉ ଜଣେ ଡାକ୍ତର, ତିନିଜଣ ନର୍ସ ଏବଂ ଅନ୍ୟ କେତେକ କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଥିଲେ।

ତେବେ ସେମାନେ ହସ୍ପିଟାଲରେ ଶିଶୁମାନଙ୍କର ଯତ୍ନ ନେଉଥିବା ବେଳେ ଦୁର୍ଭାଗ୍ୟବଶତଃ ଦୁଇ ଜଣ ଶିଶୁ ସଂକ୍ରମିତ ହୋଇଥିଲେ।

ଉକ୍ତ ଶିଶୁଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଶିଶୁର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ସୁତ୍ରରୁ ପ୍ରକାଶ।

Leave A Reply

Your email address will not be published.