Latest Odisha News

BREAKING NEWS

ହ୍ଵାଟ୍ସଆପରେ ଆସିଲା ଏହି ନୂଆ ଫିଚର୍ସ୍; ଆଜି ହିଁ କରନ୍ତୁ ଟ୍ରାଏ

ନୂଆଦିଲ୍ଲୀ: ମେସେଜିଙ୍ଗ ଆପ୍ ହ୍ଵାଟ୍ସଆପକୁ ବ୍ୟବହାର କରୁଛନ୍ତି ୨ବିଲିୟନରୁ ଅଧିକ ଲୋକ। ଏହି ଲୋକପ୍ରିୟ ମେସେଜିଙ୍ଗ ଆପ କିଛି ନୂଆ ଫିଚର୍ସ ସହ ନିଜକୁ ଅପଡେଟ କରିଛି ।

ଫରୱାର୍ଡ ମେସେଜ ଉପରେ ରୋକ:

ଫରୱାର୍ଡ ମେସେଜିଙ୍ଗ ହ୍ଵାଟ୍ସଆପ୍ ଚାଟିଂର ଏକ ଜରୁରୀ ଏବଂ ଆକର୍ଷଣୀୟ ଫିଚର୍ସ ଅଟେ। କିନ୍ତି ମିଥ୍ୟା ଖବର ଏବଂ ଭୁଲ ତଥ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଏହାର ଅପବ୍ୟବହାର କରାଯିବା ଯୋଗୁଁ କମ୍ପାନୀ ଏହା ଉପରେ ରୋକ ଲଗାଇଛି । ମେସେଜ ଫରୱାର୍ଡ କରିବା ପାଇଁ ଏଥିରେ ଏକ ସୀମା ସ୍ଥିର କରିଛି କମ୍ପାନୀ। ଏଭଳି ପରିସ୍ଥିତିରେ, ବର୍ତ୍ତମାନ ଯଦି ଆପଣଙ୍କ ହ୍ଵାଟ୍ସଆପରେ ଏଭଳି ଏକ ମେସେଜ ଆସୁଛି ଯାହାକୁ ପୂର୍ବରୁ ୫ ଜଣଙ୍କୁ ଫରୱାର୍ଡ କରାଯାଇଛି, ତେବେ ଆପଣ ଉକ୍ତ ମେସେଜକୁ କେବଳ ଜଣକୁ ପଠାଇବାକୁ ସମର୍ଥ ହେବେ । ମିଥ୍ୟା ଖବର ଏବଂ ଭୁଲ ତଥ୍ୟକୁ ରୋକିବାରେ ଏହା ପ୍ରଭାବଶାଳୀ ପ୍ରମାଣିତ ହେଉଛି ।

ସହଜ ହେଉଛି ଭିଡ଼ିଓ କଲିଂ:

ଗ୍ରୁପ୍ ଭିଡିଓ କଲିଂର କ୍ରେଜ୍ ଯଥେଷ୍ଟ ବୃଦ୍ଧି ପାଇଛି । ହ୍ଵାଟ୍ସଆପ ଏହା ହୃଦୟଙ୍ଗମ କରୁଛି ଏବଂ ଉପଭୋକ୍ତାଙ୍କୁ ଏକ ଉତ୍ତମ ଅଭିଜ୍ଞତା ଦେବାକୁ ଚେଷ୍ଟା କରୁଛି । ସେଥିପାଇଁ ହ୍ଵାଟ୍ସଆପରେ ଆସିଛି ଏକ ବିଶେଷ ଫିଚର। ଏହି ଫିଚର ମାଧ୍ୟମରେ, ଚାରି କିମ୍ବା ତା’ଠାରୁ କମ୍ ସଦସ୍ୟଙ୍କ ଏକ ଗ୍ରୁପ ଉପର ଡାହାଣରେ ଥିବା କଲ୍ ବଟନ୍ ଟ୍ୟାପ୍ କରି କଲ ଯୋଡି ହୋଇଥାଏ ।

ବିଭିନ୍ନ ମୋବାଇଲରେ ଗୋଟିଏ ନମ୍ବର ବ୍ୟବହାର କରିପାରିବେ:

ଆରମ୍ଭରୁ ହ୍ଵାଟ୍ସଆପକୁ ଗୋଟିଏ ଥରରେ ଗୋଟିଏ ହ୍ୟାଣ୍ଡସେଟରେ ଚାଲାଇବାର ସୁବିଧା ମିଳିଆସୁଛି ।କିନ୍ତୁ ଖୁବଶୀଘ୍ର କମ୍ପାନୀ ପକ୍ଷରୁ ଏକ ନୂତନ ଫିଚର୍ ଆସୁଛି, ଯାହା ମାଧ୍ୟମରେ ଉପଭୋକ୍ତାମାନେ ଦୁଇଟି ଭିନ୍ନ ଡିଭାଇସରେ ହ୍ଵାଟ୍ସଆପ ଆକାଉଣ୍ଟ ଚଳାଇବାକୁ ସକ୍ଷମ ହେବେ। ବହୁତ ଶୀଘ୍ର କମ୍ପାନୀ ଏହି ଫିଚର୍ସ ଆଣିବା ନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶିତ ହୋଇଛି ।

Leave A Reply

Your email address will not be published.