Latest Odisha News

BREAKING NEWS

ଓଲଟିଲା ଯାତ୍ରାପାର୍ଟି ଟ୍ରକ, ୫ମୃତ

ବାରିପଦା: ଭାରସ୍ୟାମ ହରାଇ ଘାଟିରେ ଓଲଟିଲା ଯାତ୍ରାପାର୍ଟି ଟ୍ରକ । ଚାଲିଗଲା ୫ଜଣଙ୍କ ଜୀବନ । ମୟୂରଭଞ୍ଜ ଜିଲ୍ଲା ବାରିପଦା ୪୯ନଂ ଜାତୀୟ ରାଜପଥରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ଜଣ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ବାଙ୍ଗିରିପୋଷି ଦ୍ୱାରକାଶ୍ୱେରୀ ଘାଟିରୁ ଓହ୍ଲାଇଲା ବେଳେ ଭାରସାମ୍ୟ ହରାଇ ଧଉଳି ଗଣନାଟ୍ୟର ଯାତ୍ରାପାର୍ଟି ଟ୍ରକଟି ଓଲଟିପଡିଥିଲା । ଟ୍ରକ୍ ରେ ଲାଇଟ ଡେକୋରେସନ ସରଞ୍ଜାମ ସହ କିଛି ଶ୍ରମିକ ମାନେ ଥିଲେ । ଗାଡିରେ କେତେଜଣ ଥିଲେ ସେ ନେଇ ଏଯାବତ୍ କୌଣସି ସୂଚନା ମିଳିନାଥିବ ବେଳେ ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଛି ଓ ୧୨ଜଣ ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଆହତ ମାନଙ୍କୁ ତୁରନ୍ତ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

 

Leave A Reply

Your email address will not be published.