Latest Odisha News

BREAKING NEWS

ଦୃଷ୍ଟି ବାଧିତ ମହିଳା କ୍ରିକେଟ ଟିମରେ ବାଲେଶ୍ୱରର ୫ ଜଣ ଛାତ୍ରୀ

ବାଲେଶ୍ୱର : ଦୃଷ୍ଟି ବାଧିତ ମହିଳା କ୍ରିକେଟ ଟିମରେ ବାଲେଶ୍ୱରର ୫ ଜଣ ଛାତ୍ରୀ । ମହିଳା କ୍ରିକେଟ ଟିମ୍ ପାଇଁ ରାଣୀପାଟଣାସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟର ୫ ଜଣ ଛାତ୍ରୀ ମନୋନୀତ ହୋଇଛନ୍ତି । ଏହି ଟିମ୍ ରେ ପଦ୍ମୀନି ଟୁଡୁ ଓ ମାମିନା ନାୟକ ଶ୍ରେଷ୍ଠ ବୋଲର ଏବଂ ଫୁଲ ସୋରେନ ,ବାସନ୍ତି ହାଁସଦା ,ସୁଲୋଚନା ସିଂ ବ୍ୟାଟ୍ସମ୍ୟାନ ଭାବେ ସାମିଲ ହୋଇଛନ୍ତି। ଏହି ୫ ଜଣ ଛାତ୍ରୀ ପୂର୍ବରୁ ଜିଲ୍ଲା ଓ ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ଖେଳି ସଫଳତା ଅର୍ଜନ କରିଛନ୍ତି।ଜାତୀୟ ସ୍ଥରରେ ବି ଏମାନେ ଖୁବ୍ ନାମ କରିବେ ବୋଲି କୋଚ୍ ଓ ବିଦ୍ୟାଳୟ କର୍ତୁପକ୍ଷ ଆଶା ପ୍ରକାଶ କରିଛନ୍ତି ।

କୋଚ୍ ଙ୍କ ସହ ସହ ୫ ଜଣ  ଭୁବନେଶ୍ୱର ଯାତ୍ରା କରିଛନ୍ତି। ସେଠାରେ ସେମାନେ୧୦ ଦିନ ରାଜ୍ୟ ଟିମ୍ ସହ ମିଶି ଅଭ୍ୟାସ ଜାରି ରଖିବେ । ଏହି ୬ ଦିନ ସେମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯିବ।ପରେ ସେମାନେ ବେଙ୍ଗାଲୁର ଯାତ୍ରା କରିବେ। ଆସନ୍ତା ୧୩ ଓ ୧୪ ତାରିଖ ଓଡ଼ିଶା ଓ କର୍ଣ୍ଣାଟକ ମଧ୍ୟରେ ହେଉଥିବା ମ୍ୟାଚରେ ଏହି ଦୃଷ୍ଟି ବାଧିତ ୫ ଜଣ ଛାତ୍ରୀ ଖେଳିବାର ସୂଯୋଗ ପାଇବେ।

ଦୁଇଦିନରେ ମୋଟ ୩ ଗୋଟି ମ୍ୟାଚ ଖେଳା ଯିବାକୁ ଥିବା ବେଳେ ଏହି ଛାତ୍ରୀମାନେ ନିଶ୍ଚିତ କୃତିତ୍ୱ ହାସଲ କରିବେ ବୋଲି ଆଶା ବାନ୍ଧିଛନ୍ତି ସମସ୍ତେ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପକ୍ଷରୁ ଛାତ୍ରୀମାନଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବାଲେଶ୍ୱର ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଓ ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ଏଥିରେ ଯୋଗ ଦେଇ ୫ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ କୃତିତ୍ୱ କାମନା କରିଥିଲେ ।

ବାଲେଶ୍ୱର ଜିଲା ସମେତ ରାଜ୍ୟ ପାଇଁ ଗୌରବ ଆଣିବାକୁ ଯାଉଥିବା ବୋଲି ସେମାନେ କହିଥିଲେ । ତେବେ ଏହି ଖେଳକୁ ନେଇ ଛାତ୍ରୀମାନେ ବେଶ ଉତ୍ସାହିତ ଥିବା ଲକ୍ଷ୍ୟ କରାଯାଇଥିଲା  । ଶ୍ରେଷ୍ଠ କ୍ରିକେଟର ଭାବେ ସେମାନେ ଏହି ବିଦ୍ୟାଳୟ ସମେତ ଜିଲା ତଥା ରାଜ୍ୟର ନାମକୁ ଉଚ୍ଚ ରଖିବେ ବୋଲି ଆଶା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.