Latest Odisha News

BREAKING NEWS

ଅଧିକ ପରିମାଣରେ ପିଉଛନ୍ତି କି ନଡିଆ ପାଣି , ହୋଇପାରେ ଏସବୁ ସମସ୍ୟା…

ନୂଆଦିଲ୍ଲୀ : ସାଧାରଣତଃ ନଡ଼ିଆ ପାଣି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ ।  ଏହାକୁ ପିଇବା ଦ୍ୱାରା ଆମ ସ୍ୱାସ୍ଥ୍ୟକୁ ଅନେକ ଭିଟାମିନ୍ ଏବଂ ମିନେରାଲ୍ସ ମିଳିଥାଏ ।  ନଡ଼ିଆ ପାଣିରେ କାର୍ବୋହାଇଡ୍ରେଟ୍ ଏବଂ ପୋଟାସିୟମ୍, ସୋଡିୟମ୍ ଏବଂ ମ୍ୟାଗ୍ନେସିୟମ୍ ପରି ଇଲେକ୍ଟ୍ରୋଲାଇଟ୍ ଭରପୂର ପରିମାଣରେ ରହିଥାଏ  ।  ଯାହା ଶରୀରକୁ ହାଇଡ୍ରେଟ୍ ରଖିବାରେ ବେଶ୍ ଉପଯୋଗୀ ହୋଇଥାଏ  ।  କିନ୍ତୁ ଆପଣ ଜାଣନ୍ତି କି ବେଳେବେଳେ ନଡ଼ିଆ ପାଣି ଲାଭଦାୟକ ହେବା ପରିବର୍ତ୍ତେ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ  ।  ଯେଉଁମାନଙ୍କର ରକ୍ତଚାପ କିମ୍ବା ପୋଟାସିୟମ ସମସ୍ୟା ରହିଛି, ଡାକ୍ତରଙ୍କ ପରାମର୍ଶ ବ୍ୟତୀତ ଏହାକୁ ପିଇବା ଉଚିତ୍ ନୁହେଁ। ଆସନ୍ତୁ ଜାଣିବା ନଡିଆ ପାଣି କିପରି ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ ।

ଯେଉଁମାନଙ୍କର ଅଧିକ ପୋଟାସିୟମ୍ ସମସ୍ୟା ଥାଏ, ସେମାନେ ନଡ଼ିଆ ପାଣି ପିଇ ଇଲେକ୍ଟ୍ରୋଲାଇଟ୍ ଅସନ୍ତୁଳନର ସମସ୍ୟା ଭୋଗିପାରନ୍ତି ।  ପକ୍ଷାଘାତର ଆଶଙ୍କା ବି ରହିଥାଏ  । ତେଣୁ ଏପରି ଲୋକମାନେ ନଡ଼ିଆ ପାଣି ପିଇବା ଉଚିତ୍ ନୁହେଁ । ନଡିଆ ପାଣିରେ ଅଧିକ ପରିମାଣର ପୋଟାସିୟମ୍ ଥାଏ, ଯାହା କିଡନୀ ଉପରେ ପ୍ରଭାବ ପକାଇପାରେ ।  ଏପରି ପରିସ୍ଥିତିରେ, ଯଦି ଆପଣଙ୍କର କିଡନୀ ସମସ୍ୟା ଅଛି, ତେବେ ଡାକ୍ତରଙ୍କ ବିନା ପରାମର୍ଶରେ  ନଡିଆ ପାଣି ପିଅନ୍ତୁ ନାହିଁ । ଯଦି ଆପଣଙ୍କର ଅସ୍ତ୍ରୋପଚାର ହୋଇଛି କିମ୍ବା ଏହା କରିବାକୁ ଯାଉଛନ୍ତି, ତେବେ ପୂର୍ବରୁ କିମ୍ବା ପରେ ସନ୍ତୁଳିତ ରକ୍ତଚାପ ରହିବା ଜରୁରୀ ଅଟେ ।

ନଡ଼ିଆ ପାଣି ଆପଣଙ୍କ ରକ୍ତଚାପକୁ ହ୍ରାସ କରିପାରେ ।  ତେଣୁ ଅସ୍ତ୍ରୋପଚାର ସମୟରେ ନଡିଆ ପାଣି ପିଅନ୍ତୁ ନାହିଁ । ଯେଉଁମାନଙ୍କର ନିମ୍ନ ରକ୍ତଚାପର ସମସ୍ୟା ରହିଛି ।  ସେମାନେ ନଡିଆ ପାଣି ପିଇବାଠାରୁ ଦୂରେଇ ରହିବା ଉଚିତ୍ । ଏହାକୁ ପିଇବା ଦ୍ୱାରା ରକ୍ତଚାପ କମିଯାଏ  ।  ଏପରି ପରିସ୍ଥିତିରେ, ଯେଉଁମାନଙ୍କର ନିମ୍ନ ରକ୍ତଚାପର ସମସ୍ୟା ରହିଛି, ସେମାନେ ଡାକ୍ତରଙ୍କ ପରାମର୍ଶ ପରେ ହିଁ ନଡିଆ ପାଣି ପିଇବା ଉଚିତ୍  । ନଡିଆ ପାଣିରେ ଅଧିକ କ୍ୟାଲୋରୀ ଥାଏ  । ଏପରି ପରିସ୍ଥିତିରେ, ଯଦି ଆପଣ ନଡ଼ିଆ ପାଣିକୁ ଅଧିକ ପରିମାଣରେ ପିଅନ୍ତି  ।  ତେବେ ଏହା ଶରୀରରେ କ୍ୟାଲୋରୀ ବୃଦ୍ଧ କରିଥାଏ  ।  ତେଣୁ ଏହାକୁ ଅଧିକ ପରିମାଣରେ ପିଇବା ଉଚିତ୍ ନୁହେଁ  ।

Leave A Reply

Your email address will not be published.