Latest Odisha News

ପାକିସ୍ତାନରେ ହିନ୍ଦୁ ସମ୍ପ୍ରଦାୟର ୫ଜଣଙ୍କୁ ନିର୍ମମ ହତ୍ୟା

ନୂଆଦିଲ୍ଲୀ: ପାକିସ୍ତାନରେ ସଂଖ୍ୟା ଲଘୁ ହିନ୍ଦୁ ସମ୍ପ୍ରଦାୟର ୫ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛ । ସେଠାରେ ଥିବା ହିନ୍ଦୁ ଏବଂ ଶିଖ ପରିବାର ଲୋକମାନେ ଭୟଭୀତ ହୋଇ ପଡିଛନ୍ତି । ରହୀମ ୟାର ଖାଁ ସହରଠାରୁ ୧୫ କିଲୋମିଟର ଦୂରରେ ଏହି ନୃଶଂସ କାଣ୍ଡ ଘଟିଛି । ରକ୍ତ ରଂଜିତ ଛୁରୀ ଓ କୁରାଢ଼ୀ ପୋଲିସ ଜବତ କରିଛି ।

ହତ୍ୟା କରାଯାଇଥିବା ରାମ ଚାନ୍ଦ ମେଘୱାଲ ଏବଂ ତାଙ୍କ ପରିବାରଙ୍କ ସମସ୍ତଙ୍କ ସହ ସେଠାରେ ସୁସମ୍ପର୍କ ଥିଲା । ରାମଚାନ୍ଦ ଟେଲର କାମ କରି ପେଟ ପୋଷୁଥିଲେ । ପାକିସ୍ତାନ ପଞ୍ଜାବର ମୁଖ୍ୟମନ୍ତ୍ରୀ ସର୍ଦ୍ଦାର ଓସମାନ ବୁଜଦର ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.