Latest Odisha News

ବିଗିଡ଼ିଲା ସାଧ୍ବୀ ପ୍ରଜ୍ଞାଙ୍କ ସ୍ବାସ୍ଥ୍ୟାବସ୍ଥା, ହସପିଟାଲରେ ଭର୍ତ୍ତି

ଭୋପାଳ : ବିଗିଡିଲା ମଧ୍ୟପ୍ରଦେଶର ବିଜେପି ସାଂସଦ ଥିବା ସାଧ୍ବୀ ପ୍ରଜ୍ଞା ସିଂ ଠାକୁରଙ୍କ ସ୍ୱାସ୍ଥ୍ୟାବସ୍ଥା । ରକ୍ତଚାପ ବୃଦ୍ଧି ଏବଂ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ସ୍ବତନ୍ତ୍ର ବିମାନରେ ମୁମ୍ବାଇର କୋକିଳାବେନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ ମାସରେ ମଧ୍ୟ ସ୍ବୀଧୀ ପ୍ରଜ୍ଞାଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ବିଗିଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଗତ କିଛି ଦିନ ହେବ ଲଗାତର ଭାବେ ବୈଠକ କରୁଥିଲେ ସ୍ବାଧୀ ପ୍ରଜ୍ଞା । ଆଜି ମଧ୍ୟ ତାଙ୍କୁ ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ଦିଶା କମିଟିର ବୈଠକରେ ଯୋଗଦେବାର ଥିଲା। କିନ୍ତୁ ଏହାପୂର୍ବରୁ ତାଙ୍କ ଅବସ୍ଥା ବିଗିଡିଥିଲା । ସାଂସଦ ପ୍ରଜ୍ଞା ଠାକୁର ଗତ ବର୍ଷ ଡିସେମ୍ବରରେ ଦିଲ୍ଲୀର ଏମ୍ସରେ ଭର୍ତ୍ତି ହୋଇଥିଲେ । ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ହେବା ସହ ରକ୍ତଚାପ ବଢ଼ିଯିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Leave A Reply

Your email address will not be published.