Latest Odisha News

BREAKING NEWS

ଅପହରଣର ୧୫ ଘଣ୍ଟା ପରେ ୫ ମତ୍ସ୍ୟଜୀବୀ ଠାବ; ସମୁଦ୍ର ଅଶାନ୍ତ ଥିବାରୁ ଆସିପାରୁ ନାହାନ୍ତି କୂଳକୁ

ବ୍ରହ୍ମପୁର : ଉଦ୍ଧାର ହେଲେ ନିଖୋଜ ମତ୍ସ୍ୟଜୀବୀ । ଆନ୍ଧ୍ର ମାଛ ମାଫିଆ ସମୁଦ୍ର ମଧ୍ୟରୁ ୫ ମତ୍ସ୍ୟଜୀବୀଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା । ତେବେ ନିଖୋଜ ହେବାର ୧୫ ଘଣ୍ଟା ପରେ ଶ୍ରୀକାକୁଲମ୍ ଜିଲ୍ଲାର ବାରୁଭା ସମୁଦ୍ରରୁ ସେମାନଙ୍କୁ ଠାବ କରାଯାଇଛି ।  ତେବେ ସମୁଦ୍ର ଅଶାନ୍ତ ଥିବାରୁ ସେମାନେ କୂଳକୁ ଆସିପାରି ନାହାନ୍ତି । ଛତ୍ରପୁର ପୋଲିସ ଏସଡିପିଓ, ଆାର୍ଯ୍ୟପଲ୍ଲୀ ସାମୁଦ୍ରକି ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।

ସୂଚନାଥାଉ କି, ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଗ୍ରାମର ୧୯ ଜଣ ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଇଥିଲେ । ସେମାନେ ଗତକାଲି ସକାଳେ ଦୁଇଟି ଡଙ୍ଗାରେ  ସମୁଦ୍ର ମଧ୍ୟକୁ ଯାଇଥିଲେ। ଗତକାଲି ସନ୍ଧ୍ୟାରେ କିଛି ଆନ୍ଧ୍ର ମତ୍ସ୍ୟଜୀବୀ ନୋ ଫିସିଂ ଏରିଆରୁ କୁଆଡେ ମାଛ ଧରୁଥିବା ଏମାନେ ଦେଖିବାକୁ ପାଇଥିଲେ । ଏହାକୁ ଆାର୍ଯ୍ୟପାଲ୍ଲୀ ମତ୍ସ୍ୟୀଜୀବୀ ବିରୋଧ କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ଉଗ୍ରରୂପ ନେଇଥିଲା । ଏହାପରେ ୫ ଜଣ ମତ୍ସ୍ୟଜୀବୀଙ୍କ ପତ୍ତା ମିଳି ନ ଥିଲା । ସେମାନଙ୍କୁ ଆନ୍ଧ୍ର ମାଛ ମାଫିଆମାନେ ଜବରଦସ୍ତ ନେଇ ଯାଇଥିବା ଜଣାପଡିଥିଲା ।

ଅପହୃତ ମତ୍ସ୍ୟଜୀବୀମାନେ ହେଲେ କେ ବାବାଜୀ, ଏନ୍ କାମେୟା, ବି, ମୋହନ, ଜି ଏରେୟା ଓ ଜି ଜାଙ୍ଗାଲ । ପରିବାର ଲାେକେ ଏ ନେଇ ଆର୍ଯ୍ୟପଲ୍ଲୀ ଥାନାରେ ଅଭିଯୋଗ କରିବା ସହ ୫ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରିଥିଲେ । ଛତ୍ରପୁର ଏସଡିପିଓ ଓ ସାମୁଦ୍ରିକ ଥାନା ଅଧିକାରୀ ଏ ନେଇ ଆନ୍ଧ୍ର ପୋଲିସ ସହ କଥା ହୋଇଥିଲେ । ପରେ ସେମାନଙ୍କୁ ଠାବ କରାଯାଇଥିବା ଜଣାଯାଇଛି ।

Leave A Reply

Your email address will not be published.