Latest Odisha News

BREAKING NEWS

ରାଜଧାନୀରେ ପୁଣି ୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରୁ ପୁଣି ବାହାରିଲେ ପଜିଟିଭ । ଆଜି ଖୋର୍ଦ୍ଧା ଜିଲ୍ଲାରୁ ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୫ ଜଣ ଭୁବନେଶ୍ୱରର ଅଛନ୍ତି । ଏହି ୫ ଜଣଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ସୂଚନା ଦେଇଛି ।

୫ ଜଣଙ୍କ ମଧ୍ୟରୁ ୩ ଜଣ ହୋମ୍ କ୍ୱାରେଂଟାଇନର ହୋଇଥିବା ବେଳେ ଆଉ ଦୁଇ ଜଣ ଲୋକାଲ ରହିଛନ୍ତି । ସତ୍ୟନଗରର ଜଣେ ୩୬ ବର୍ଷୀୟ ଯୁବକ କରୋନା ସଂକ୍ରମିତ ହୋଇଛନ୍ତି । ସେ ନିକଟରୁ ଦିଲ୍ଲୀରୁ ଫେରିଥିଳେ । ସେହିପରି ଜୟଦେବ ବିହାରର ନିରଙ୍କରି ନଗରର ଜଣେ ୨୨ ବର୍ଷୀୟ ଯୁବକ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ଦିଲ୍ଲୀରୁ ଫେରିଥିଲେ । ଅନ୍ୟଜଣେ ପଟିଆ ଶ୍ରୀ ବିହାରର ୨୫ ବର୍ଷୀୟ ଯୁବତୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ଏମାନେ ସମସ୍ତେ ହୋମ୍ କ୍ୱାରେଂଟିନ୍‌ରେ ଥିଲେ ।

ଅନ୍ୟପଟେ ୨ଜଣ ଲୋକାଲ ଚିହ୍ନଟ ହୋଇଥିବା ସମ୍ପୃକ୍ତ ସଂମ୍ରିତଙ୍କ ମଧ୍ୟରେ ଜଣେ ଡୁମଡୁମା ଏଚ୍‌ବି କଲୋନୀର ୩୭ ବର୍ଷୀୟ ଯୁବକ ରହିଥିବା ବେଳେ ଆଉ ଜଣେ ୨୪ ବର୍ଷୀୟ କେନ୍ଦ୍ରୀୟ ସରକାରୀ ହସ୍ପିଟାଲର ସ୍ୱାସ୍ଥ୍ୟ ଅଧିକାରୀ ଅଛନ୍ତି ।

ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୨ରେ ପହଂଚିଛି । ସେଥିମଧ୍ୟରୁ ୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫୪ଟି ଆକ୍ଟିଭ କେସ୍ ରହିଛି । ୩ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.