Latest Odisha News

BREAKING NEWS

ଅଧା ଓଡ଼ିଶାରେ ଦୁଇ ଅଙ୍କ ତଳେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । କିନ୍ତୁ କମିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ୩୮୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨୨୩ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୧୬୩ଟି । ୨୮ଟି ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୧୫ଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଅଙ୍କ ତଳେ ରହିଛି ।

ଖୋର୍ଦ୍ଧାରୁ ସର୍ବାଧିକ ୫୦, ସୁନ୍ଦରଗଡ଼ରୁ ୪୭, ମୟୂରଭଞ୍ଜରୁ ୩୧ ଜଣ ପଜିଟିଭ୍ ବାହାରିଛନ୍ତି । ସେହିପରି ଅନୁଗୁଳରୁ ୨୯, ପୁରୀରୁ ୨୫, କଟକ ଓ ବଲାଙ୍ଗିର ଜିଲ୍ଲାରୁ ଆଉ ୨୨ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।

ବାକି ସମସ୍ତ ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଭିତରେ ରହିଛି । ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୨୨ହଜାର ୨୯୯କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୧୬ହଜାର ୯୭୦ ଆକ୍ରାନ୍ତ । ଏବେ ରାଜ୍ୟରେ ୩ହଜାର ୪୮୭ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.