Latest Odisha News

BREAKING NEWS

ମେଡିକାଲରୁ ଡିସଚାର୍ଜ ହେଲେ ୫ ଓଡ଼ିଆ ଶ୍ରମିକ: ଡେରାଡୁନ୍ ଅଭିମୁଖେ ଯାତ୍ରା, ଖୁବ ଶୀଘ୍ର ଫେରିବେ ଓଡ଼ିଶା

ନୂଆଦିଲ୍ଲୀ: ରିଷିକେଶ ଏମ୍ସ ହସପିଟାଲରୁ ଡିସଚାର୍ଜ ହେଲେ ସମସ୍ତ ୫ ଓଡ଼ିଆ ଶ୍ରମିକ। ସମସ୍ତ ଶ୍ରମିକଙ୍କୁ ଦିଲ୍ଲୀ ନିଆଯାଉଛି। ଆଜି ରାତି କିମ୍ବା ଆସନ୍ତାକାଲି ସକାଳେ ସେମାନଙ୍କୁ ଓଡ଼ିଶା ଅଣାଯିବା ନେଇ ସୂଚନା ମିଳିଛି। ରାଜ୍ଯ ସରକାରଙ୍କ ଅଧିକାରୀ ଶ୍ରମିକଙ୍କୁ ସୁରକ୍ଷିତ ଓଡ଼ିଶା ପହଞ୍ଚାଇବେ। ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କୁ ଦୀର୍ଘ ୧୭ଦିନ ପରେ ସୁରକ୍ଷିତ ଉଦ୍ଧାର କରାଯାଇଛି।

BjdElectrycity

ଟନେଲରୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯିବା ପରେ ସଙ୍ଗେ ସଙ୍ଗେ ସେମାନଙ୍କୁ ଆମ୍ବୁଲାନ୍ସ ଜରିଆରେ ରିଷିକେଶ ଏମ୍ସକୁ ନିଆଯାଇଥିଲା। ସେଠାରେ ସେମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସମସ୍ତ ଶ୍ରମିକଙ୍କୁ ମେଡିକାଲ କ୍ଲିୟରାନସ ପ୍ରଦାନ କରାଯାଇଛି। ନଭେମ୍ବର ୧୨ ତାରିଖ ଭୋରରେ ଭୁଶୁଡ଼ି ପଡ଼ିଥିଲା ଉତ୍ତରାଖଣ୍ଡର ଉତ୍ତରକାଶୀ ଠାରେ ସିଲ୍କୟାରା- ବାରକୋଟ ନିର୍ମାଣାଧୀନ ଟନେଲ। ସୁଡ଼ଙ୍ଗ ମଧ୍ୟରେ ଫସି ରହିଥିଲେ ୪୧ ଶ୍ରମିକ। ସେମାନଙ୍କ ମଧ୍ୟରେ ଥିଲେ ଓଡ଼ିଶାର ୫ ଜଣ ଶ୍ରମିକ।

ତେବେ ଟନେଲ୍ ଭିତରେ ଦୀର୍ଘ ୧୭ ଦିନ ଧରି ସେମାନେ କିପରି ରହିଥିଲେ, କ’ଣ ଖାଉଥିଲେ, କିପରି ଦିନ ଅତିବାହିତ କଟୁଥିଲା ଇତ୍ୟାଦି ଶ୍ରମିକଙ୍କଠାରୁ ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶ୍ରମିକମାନେ ମଧ୍ୟ ସେମାନଙ୍କ ଅନୁଭୂତି ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ। ମୋଦୀ ସେମାନଙ୍କର ସାହସ ଓ ଧର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଥିଲେ।

Leave A Reply

Your email address will not be published.