Latest Odisha News

BREAKING NEWS

ସନ୍ତାନ ଜନ୍ମ ହେବାର ମାସକ ପରେ ଅଲଗା ହେଲେ ନେମାର-ବ୍ରୁନା

ଲଣ୍ଡନ: ବ୍ରାଜିଲର ଷ୍ଟାର ଫୁଟବଲ ଖେଳାଳି ନେମାର ଜୁନିୟର ଓ ତାଙ୍କ ପ୍ରେମିକା ବ୍ରୁନା ବିୟାନକାର୍ଡୀଙ୍କ ପ୍ରେମ ସମ୍ପର୍କ ବେଶ ଚର୍ଚ୍ଚାର କାରଣ ସାଜିଥିଲା । ମାତ୍ର ହଠାତ ଉଭୟ ପରସ୍ପରଠାରୁ ଅଲଗା ହୋଇଛନ୍ତି । ବ୍ୟକ୍ତିଗତ କାରଣରୁ ସେମାନେ ପରସ୍ପରଠାରୁ ଦୁରେଇ ଯାଇଥିବା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ମାସକ ତଳେ ଉଭୟ ବେଶ ଖୁସିଥିଲେ ଏବଂ ସେମାନଙ୍କ ପ୍ରଥମ ସନ୍ତାନକୁ ସ୍ୱାଗତ କରିଥିଲେ । ନିକଟରେ ନେମାର ଆଡଲ୍ଟ ଷ୍ଟାର ଆଲିନ ଫାରିଆଙ୍କୁ ପ୍ରାଇଭେଟ ଫଟୋ ମାଗିଥିଲେ । ପରବର୍ତୀ ସମୟରେ ସେମାନଙ୍କ ଚାଟର ସ୍କ୍ରିନଶଟ ଲିକ ହୋଇଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ।

ବିୟାନକାର୍ଡ ସୋସିଆଲ ମିଡିଆରେ ଲେଖିଥିଲେ ଏହା ଏକ ବ୍ୟକ୍ତିଗତ ମାମଲା । ଏବେ ମୁଁ କୌଣସି ସମ୍ପର୍କରେ ନାହିଁ । ଆପଣମାନେ ଏହି ଖବରକୁ ବାରମ୍ବାର ପ୍ରସାରଣ କରିବେ ନାହିଁ ବୋଲି ମୋର ଆଶା । ନେମାର ବିଚ୍ଛେଦ ସମ୍ପର୍କରେ କୌଣସି କାରଣ ଦର୍ଶାଇ ନାହାନ୍ତି । ବାପା ହେବା ପରେ ନେମାରଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବା ସେମାନଙ୍କ ପ୍ରଶଂସକମାନେ ନିରାଶ ହୋଇ ପଡିଛନ୍ତି ।

Leave A Reply

Your email address will not be published.