Latest Odisha News

BREAKING NEWS

ଆନ୍ଧ୍ର କବଜାରେ ଓଡିଶାର ୫ଜଣ ମତ୍ସ୍ୟଜୀବୀ

ଛତ୍ରପୁର: ଆନ୍ଧ୍ର ମତ୍ସ୍ୟଜୀବୀଙ୍କ କବଜାରେ ଓଡିଶାର ୫ ମତ୍ସଜୀବୀ । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ସମସ୍ତ ମତ୍ସ୍ୟଜୀବୀ ଗଞ୍ଜାମ ଜିଲ୍ଲା ସାନ ଆର୍ଯ୍ୟପଲ୍ଲୀର ବୋଲି ସୂଚନା ମିଳିଛି । ୧୯ଜଣ ମତ୍ସ୍ୟଜୀବୀ ମାଛ ମାରିବାକୁ ସମୁଦ୍ରକୁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ଜଣଙ୍କୁ ଆନ୍ଧ୍ର ମତ୍ସ୍ୟଜୀବୀମାନେ ଅଟକ ରଖିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଗ୍ରାମର ଏନ.କାମେୟା ଓ ବି. ମୋହନଙ୍କ ଦୁଇଟି ଡ଼ଙ୍ଗାରେ ୧୯ ଜଣ ମତ୍ସ୍ୟଜୀବୀ ଶୁକ୍ରବାର ସକାଳେ ସମୁଦ୍ରକୁ ମାଛ ଧରିବା ନିମନ୍ତେ ଯାଇଥିଲେ । ସମୁଦ୍ର ଭିତରେ ମାଛ ଧରୁଥିବା ବେଳେ ନୋ ଫିସ ଜୋନରେ ବେଆଇନ ଭାବେ ମାଛ ଧରୁଥିବାରୁ ଆନ୍ଧ୍ର ମତ୍ସ୍ୟଜୀବୀ ମାନେ ଆର୍ଯ୍ୟପଲ୍ଲୀ  ଅଞ୍ଚଳର ମତ୍ସ୍ୟଜୀବୀମାନଙ୍କୁ  ବିରୋଧ କରିଥିଲେ । ଏହାକୁ ନେଇ ଉଭୟ ମତ୍ସ୍ୟଜୀବୀ ଗୋଷ୍ଠୀ ମଧ୍ୟରେ ବଚସା ପରେ ଆନ୍ଧ୍ରର ମତ୍ସ୍ୟଜୀବୀ ସାନଆର୍ଯ୍ୟପଲ୍ଲୀର ୫ଜଣ ମତ୍ସ୍ୟଜୀବୀଙ୍କୁ ଜୋର୍‌ ଜବରଦସ୍ତ ସେମାନଙ୍କ ଟ୍ରଲର୍‌ରେ ଅପହରଣ କରି ନେଇଥିବା ପରିବାରବର୍ଗ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାରେ ଅଭିଯୋଗ କରିଛନ୍ତି। ଅପହରଣ ହୋଇଥିବା ୫ ଜଣ ମତ୍ସ୍ୟଜୀବୀ ହେଲେ କେ. ବାବାଜୀ, ଏନ୍‌. କାମେୟା, ବି. ମୋହନ, ଜି. ଏରେୟା ଓ ଜି. ଜାଙ୍ଗାଲି। ଅପହରଣ ହୋଇଥିବା ୫ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବା ନିମନ୍ତେ ମତ୍ସ୍ୟଜୀବୀ ନେତା ଏନ୍‌. ଦୀନବନ୍ଧୁ ଥାନାରେ ଏତଲା ଦେଇଛନ୍ତି।

 

Leave A Reply

Your email address will not be published.