Latest Odisha News

BREAKING NEWS

ମହିଳା ଜୁନିୟର ବିଶ୍ୱକପ ହକି: ଭାରତୀୟ ଦଳରେ ୫ ଓଡିଆ

ଭୁବନେଶ୍ୱର: ଚିଲିରେ ନଭେମ୍ବର ୨୯ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ହେବାକୁ ଥିବା ମହିଳା ଜୁନିୟର ହକି ବିଶ୍ୱକପ ଆୟୋଜିତ ହେବ । ଏଥିପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଡିଫେଣ୍ଡର ପ୍ରୀତି ଜାତୀୟ ଦଳର ନେତୃତ୍ୱ ନେବେ । ଘୋଷିତ ଟିମରେ ୫ଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଗୋଲକିପର ମାଧୂରୀ କିଣ୍ଡୋ, ମିଡଫିଲ୍ଡର ଜ୍ୟୋତି ଛେତ୍ରୀ ଓ ସୁଜାତା କୁଜୁର, ଫରୱାର୍ଡ ଦୀପୀ ମୋନିକା ଟପ୍ପୋ ଓ ସୁନେଲିତା ଟପ୍ପୋ । ଭାରତ ପୁଲ ସିରେ ସ୍ଥାନ ପାଇଛି । ନଭେମ୍ବର ୨୯ରେ ପ୍ରଥମ ମ୍ୟାଚରେ କାନାଡାକୁ, ୩୦ରେ ଜର୍ମାନୀକୁ ଓ ଡିସେମ୍ବର ୨ରେ ବେଲଜିୟମକୁ ଭେଟିବ ।

ଭାରତୀୟ ଦଳ
ଗୋଲକିପର: ଖୁସୁବୁ, ମାଧୂରୀ କିଣ୍ଡୋ ।
ଡିଫେଣ୍ଡର: ନୀଲମ, ପ୍ରୀତି (ଅଧିନାୟିକା), ଜ୍ୟୋତି ସିଂ, ରୋପନୀ କୁମାରୀ ।
ମିଡଫିଲ୍ଡର: ମହିମା ଟେଟେ, ମଞ୍ଜୁ ଚୌରାଶିଆ, ଜ୍ୟୋତି ଛେତ୍ରୀ, ହୀନା ବାନୋ, ସୁଜାତା କୁଜର, ଋତୁଜା ଦାଦସାଓ ପିସାଲ ।
ଫରୱାର୍ଡ: ସାକ୍ଷୀ ରାଣା, ମମତାଜ ଖାଁ, ଅନ୍ନୁ, ଦୀପିକା ସୋରେଙ୍ଗ, ଦୀପି ମୋନିକା ଟପ୍ପୋ, ସୁନେଲିତା ଟପ୍ପୋ ।
ରିଜର୍ଭ: ଥାଉନାଓଜାମି ନିରୂପମା ଦେବୀ, ଜ୍ୟୋତି ଏଡୁଲା ।

Leave A Reply

Your email address will not be published.