Latest Odisha News

BREAKING NEWS

ଓଡ଼ିଶାରେ ଟାଟା ଷ୍ଟିଲର ଡାଉନ୍ ଷ୍ଟ୍ରିମ୍ ଏବଂ ଆନୁଷଙ୍ଗିକ ପ୍ରକଳ୍ପ ପାଇଁ ସୁଯୋଗ ଆଲୋଚନା ଚକ୍ର ଆୟୋଜିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଅର୍ଥନୈତିକ ଅଭିବୃଦ୍ଧି ତଥା ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ଅନେକ ସକ୍ରିୟ ପଦକ୍ଷେପ ନେଇଛି। ଏହାକୁ ବ୍ୟବସାୟୀ ତଥା ଉଦ୍ୟୋଗୀମାନଙ୍କ ପାଇଁ ପ୍ରଥମ ଆକର୍ଷଣରେ ପରିଣତ କରିଛି। ଷ୍ଟିଲ୍ କ୍ଷେତ୍ରରେ ଓଡିଶା ଏବେ ଆଗେଇ ଚାଲିଛି, ଭାରତର ଅଗ୍ରଣୀ ଷ୍ଟିଲ୍ ଉତ୍ପାଦନ କମ୍ପାନୀ। ଟାଟା ଷ୍ଟିଲ ଓଡିଶା ସରକାରଙ୍କ ସହ ମିଳିତ ଭାବେ ଆରମ୍ଭ କରିବାକୁ ଯାଉଛି, ଡାଉନ୍ ଷ୍ଟ୍ରିମ୍ ଏବଂ ଆନ୍ସିଲାରୀ ପ୍ରୋଜେକ୍ଟ। ଯାହା ନିବେଶକ ବ୍ୟବସାୟୀ ମାନଙ୍କ ପାଇଁ ପୂର୍ବଭାରତରେ ଏକ ହବ୍ ଭାବରେ ପରିଣତ ହେବାକୁ ଯାଉଛି ।

ଷ୍ଟିଲ୍ ଏବଂ ଏହାର ଆନୁସଙ୍ଗିକ ଉତ୍ପାଦ ସବୁର ଉପଯୋଗିତା ନେଇ ବୁଧବର ଭୁବନେଶ୍ୱରର କ୍ରାଉନ୍ ହୋଟେଲରେ ସଫଳତାର ସହ ଉନ୍ମୋଚିତ ହୋଇଥିଲା “ଓଡ଼ିଶାର ଟାଟା ଷ୍ଟିଲରେ ଡାଉନଷ୍ଟ୍ରିମ୍ ଏବଂ ଆନୁସଙ୍ଗିକ ପ୍ରୋଜେକ୍ଟରେ ସୁଯୋଗ”ର ଏକ ଆଲୋଚନା ଚକ୍ର । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଟାଟା ଷ୍ଟିଲ୍ ଓଡିଶା, କଳିଙ୍ଗନଗର ପ୍ରକଳ୍ପର ଡାଉନଷ୍ଟ୍ରିମ୍ ଏବଂ ଆନ୍ସିଲାରୀ ସେକ୍ଟର ମଧ୍ୟରେ ଥିବା ସୁଯୋଗ ପ୍ରତି ରାଜ୍ୟ ତଥା ରାଜ୍ୟ ବାହାରୁ ଉଦ୍ୟୋଗୀମାନଙ୍କୁ ଆକର୍ଷିତ କରିବା। ଏହି ଅବସରରେ ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ମୁଖ୍ୟ ସଚିବ ଶ୍ରୀ ହେମନ୍ତ ଶର୍ମା ଅଧ୍ୟକ୍ଷତା କରିଥିଲେ ଏବଂ ଟାଟା ଷ୍ଟିଲର ପ୍ରମୁଖ ଅଧିକାରୀମାନେ ଯୋଗ ଦେଇଥିଲେ।

ଏହି ଅବସରରେ ଇଡକୋ ଓ ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୁପେନ୍ଦ୍ର ସିଂ ପୁନିଆ ସ୍ୱାଗତ ଭାଷଣ ଦେଇ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ କରିବା ସହିତ, ଏଥିରେ ଥିବା ଅନ୍ତର୍ନିହିତ ସୁଯୋଗ ଉପରେ ଆଲୋଚନା କରିଥିଲେ। ଡାଉନ୍ ଷ୍ଟ୍ରିମ୍ ଏବଂ ଆନୁସଙ୍ଗିକ କ୍ଷେତ୍ରର ପ୍ରମୁଖ ଭୂମିକା ଉପରେ ଗୁରୁତ୍ୱ ଦେଇ ଟାଟା ଷ୍ଟିଲ୍‌ର ଉପସଭାପତି କଳିଙ୍ଗ ନଗର ପ୍ରୋଜେକ୍ଟ , ଶ୍ରୀ ରାଜୀବ କୁମାର ନିଜ ବକ୍ତବ୍ୟରେ କହିଥିଲେ ଓଡ଼ିଶା ପ୍ରତି ଟାଟା ଷ୍ଟିଲର ପ୍ରତିବଦ୍ଧତା ଏବଂ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ଏ ପଦକ୍ଷେପକୁ ପ୍ରଶଂସା କରିଥିଲେ । ବ୍ୟବସାୟୀକ ସଫଳତା ପାଇଁ ଆବଶ୍ୟକୀୟ ଇକୋସିଷ୍ଟମ୍ ଓ ତାର ଉପଯୋଗିତା ଉପରେ ଆଲୋକପାତ କରି ଶିଳ୍ପ ବିଭାଗର ମୁଖ୍ୟ ସଚିବ ଶ୍ରୀ ହେମନ୍ତ ଶର୍ମା , ଓଡିଶା ସରକାରଙ୍କ ସମୃଦ୍ଧ ଶିଳ୍ପକୁ ପାଇଁ ତିଆରି କରାଯାଇଥିବା ଇକୋସିଷ୍ଟମ ବିଷୟରେ ବହୁମୂଲ୍ୟ ତଥ୍ୟ ପ୍ରଦାନ କରିଥିଲେ ଏବଂ ସହଭାଗୀ ଅଭିବୃଦ୍ଧି ରାଜ୍ୟ ତଥା ଦେଶର ଉନ୍ନତିରେ କେତେ ସହାୟକ ହେବ ସେ ନେଇ ବିସ୍ତୃତ ଆଲୋଚନା କରିଥିଲେ ।

ଟାଟା ଷ୍ଟିଲ୍ ଲିମିଟେଡ୍‌ର ସିଓ ଏମ୍ ଏସ୍ , ବ୍ରାଣ୍ଡେଡ୍ ପ୍ରଡକ୍ଟ ଏବଂ ରିଟେଲର ପ୍ରତିନିଧିତ୍ୱ କରୁଥିବା ଶ୍ରୀ ପ୍ରବୀଣ ଶ୍ରୀବାସ୍ତବ ଟାଟା ଷ୍ଟିଲ୍ ଓଡିଶା ପ୍ରକଳ୍ପ ମଧ୍ୟରେ ଥିବା ସୁଯୋଗର ଏକ ବିସ୍ତୃତ ସମୀକ୍ଷା ପ୍ରଦାନ କରି ଉଦ୍ୟୋଗୀମାନଙ୍କ ପାଇଁ ଥିବା ପର୍ଯ୍ୟାପ୍ତ ସମ୍ଭାବନାକୁ ଦର୍ଶାଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଥିବା ଟାଟା ଷ୍ଟିଲର ଉପସଭାପତି ( ସେଲ୍ ଏବଂ ମାର୍କେଟିଂ) ଶ୍ରୀ ପ୍ରଭାତ କୁମାରଙ୍କ ଦ୍ୱାରା ସଂଚାଳିତ ଏକ ଭାବ ଆଦାନ ପ୍ରଦାନ କାରୀ ଆଲୋଚନା ଚକ୍ର , ଯେଉଁଥିରେ ନିବେଶକ, ଉଦ୍ୟୋଗୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ ଯାହା ଆଲୋଚନାକୁ ବେଶ୍ ଉତ୍ସାହିତ କରିଥିଲା ଏବଂ ମୂଲ୍ୟବାନ ଶିଳ୍ପ ସମ୍ବନ୍ଧୀୟ ଜ୍ଞାନ ବାଣ୍ଟିଥିଲେ। ପରିଶେଷରେ ଇପିକଲ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ କଲ୍ୟାଣ ମହାନ୍ତି ଶେଷ ବକ୍ତବ୍ୟ ପ୍ରଦାନ କରି କାର୍ଯ୍ୟକ୍ରମର ସାରାଂଶ ପ୍ରଦାନ କରିଥିଲେ ।

ଏହି ବ୍ୟବସାୟ-ରୁ-ସରକାର(B2G) ବୈଠକରେ ବିଭିନ୍ନ ରାଜ୍ୟରୁ ଟାଟା ଷ୍ଟିଲ୍ ପ୍ରକଳ୍ପର କ୍ରେତା- ବିକ୍ରେତା ମାନଙ୍କ ସହ ଜଡିତ ହେବା ପାଇଁ ଉଦ୍ୟୋଗୀମାନଙ୍କୁ ଏକ ସ୍ୱତନ୍ତ୍ର ପ୍ଲାଟଫର୍ମ ପ୍ରଦାନ କରିବା ନେଇ ଏକ ଟାଟାଷ୍ଟିଲ୍ କର୍ମକର୍ତ୍ତା , ଇପିକଲ୍ କର୍ମକର୍ତ୍ତା ମାନଙ୍କ ସହ ଏକ ବ୍ୟକ୍ତିଗତ ଆଲୋଚନା ଚକ୍ର ପରେ ଏହି କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।

Leave A Reply

Your email address will not be published.