Latest Odisha News

BREAKING NEWS

ଓରାଙ୍ଗଉଟାନଙ୍କୁ ନେଇ RCCFଙ୍କ ବଡ଼ ସୂଚନା: ପଶ୍ଚିମବଙ୍ଗରୁ ସ୍ଥଳପଥ ଦେଇ ହେଉଥିଲା ଚାଲାଣ

ଭୁବନେଶ୍ୱର: ରହସ୍ୟ ବଢ଼ାଉଛନ୍ତି ବଣ ମଣିଷ। ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗ ଉଟାନ୍ ମିଳିବା ପରେ ଏସଟିଏଫ ତନାଘନା କରୁଛି। ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଓ ଉଦୟପୁର ବୋର୍ଡରରେ ଛାନଭିନ ଆରମ୍ଭ କରିଛି STF । ବାଲେଶ୍ବର ଭୋଗରାଇରେ ଓରାଙ୍ଗଉଠାନ ଠାବ ପରେ ବିଭିନ୍ନ ଦିଗକୁ ନେଇ ପଚରା ଉଚରା ସହ CCTV ଯାଞ୍ଚ କରିଛି ଏସଟିଏଫ। ଅନ୍ୟପଟେ ଓରାଙ୍ଗଉଟାନଙ୍କୁ ନେଇ RCCF ପ୍ରକାଶ ଚାନ୍ଦ ଗୋଗିନେନି ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗରୁ ସ୍ଥଳପଥ ଦେଇ ଚାଲାଣ ହେଉଥିଲା ଏହି ଓରାଙ୍ଗ ଉଟାନ୍।

NHକୁ ଆଭଏଡ୍ କରି ଇଣ୍ଟେରିଅର ରାସ୍ତାରେ ଚାଲାଣ କରୁଥିଲେ। ଏନଏଚ୍‌ରେ ଚେକିଂ କଡ଼ା ଥାଏ, କିନ୍ତୁ ଗାଁ ରାସ୍ତା ନିର୍ଜନ ଓ ଚେକିଂ ହୁଏନି। ତେଣୁ ସେମାନେ ଇଣ୍ଟେରିଅର ରାସ୍ତା ଦେଇ ଆସୁଥିଲେ। ବର୍ତ୍ତମାନ ସେହି ରୁଟ୍‌ର ସମସ୍ତ ସିସିଟିଭି ଯାଞ୍ଚ କରାଯାଉଛି। ନିହାତି ଏହା ପଛରେ ଅନ୍ତର୍ଜାତୀୟ ଲିଙ୍କ୍ ଥିବ କହିଲେ RCCF। କାରଣ ଏହାକୁ ସ୍ଥାନୀୟ ଲୋକେ ଏଠାରେ ରଖିପାରିବେନି। ମିଆଁମାରକୁ ଲାଗି ନର୍ଥ ଇଷ୍ଟ ଏବଂ ନର୍ଥ ଇଷ୍ଟକୁ ଲାଗି ପୂର୍ବ ଭାରତ। ଭୌଗୋଳିକ ଦୃଷ୍ଟିରୁ ସୁବିଧା ଥିବାରୁ ଏହି ପଥ ଦେଇ ଅଣା ଯାଉଥିବା ଲାଗୁଛି। WCCBର ୨ଟି ଟିମ୍ ଭୋପାଳ ଓ କୋଲକାତାରୁ ଆସି ତଦନ୍ତରେ ସହଯୋଗ କରୁଛନ୍ତି ବୋଲି କହିଲେ ଆରସିସିଏଫ୍।

ବିଚିତ୍ରପୁରରୁ ବାଲେଶ୍ୱର, ଜଳେଶ୍ୱର, ଭୋଗରାଇ ଦେଇ ଦୀଘା ପର୍ଯ୍ୟନ୍ତ ସିସିଟିଭିରୁ ଖୋଜା ଚାଲିଛି ଓରାଂଉଟାନଙ୍କ ଟ୍ରାଭେଲ ରୁଟ୍ । ସନ୍ଦେହରେ ଗୋଟିଏ କଳା ଥାର୍ । ତିନି ଅଣ୍ଡିରା, ଦୁଇ ମାଈ ଓରାଂଉଟାନ ଏବେ ନନ୍ଦନକାନନର ସ୍ୱତନ୍ତ୍ର କ୍ୱାରେଣ୍ଟାଇନ୍ ହାଉସରେ ୨୪ ଘଣ୍ଟିଆ ମେଡିକାଲ୍ ଅବଜର୍ଭେସନରେ ଅଛନ୍ତି । ଜଣଙ୍କୁ ଜ୍ୱର, ଅନ୍ୟ ଦୁଇ ଜଣଙ୍କଠାରେ ଥଣ୍ଡାର ଲକ୍ଷଣ ରହିଛି। ସେପଟେ ଇଣ୍ଡୋନେସିଆର ବୋର୍ଣ୍ଣିଓରୁ ସେମାନେ ଆସିଥିବା ସନ୍ଦେହ କରାଯାଉଛି । ତେଣୁ ଏବେ ଫୋକସ୍‌ରେ ରହିଛି ସେମାନଙ୍କ ଡିଏନ୍‌ଏ ଟେଷ୍ଟ । ଓରାଂଓଟାନଙ୍କ ନମୁନା ସଂଗ୍ରହ ହେବ, ପରୀକ୍ଷା ହେବ। ରିପୋର୍ଟ ହିଁ ଖୋଲିବ ରହସ୍ୟ। ସେମାନଙ୍କ ପ୍ରଜାତି, ଉତ୍ସ ଆଉ ଭୋଗରାଇ ବିଚିତ୍ରପୁର ପହଞ୍ଚିବାର ରୁଟ୍ କଣ ଜଣାପଡ଼ିବ ।

Leave A Reply

Your email address will not be published.