Latest Odisha News

BREAKING NEWS

ରାଜସ୍ଥାନରେ ୧୫ ଦିନ ଲକଡାଉନ୍, କିଛି କ୍ଷେତ୍ରରେ କଟକଣା କୋହଳ

ଜୟପୁର: ରାଜସ୍ଥାନରେ କରୋନା ସଂକ୍ରମଣ ବଢୁଛି । ମୁକାବିଲା ପାଇଁ ଲାଗିଲା ଲକଡାଉନ୍ । ଆଜିଠାରୁ ୧୫ ଦିନ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ଆସନ୍ତା ମେ ୩ ତାରିଖ ଯାଏ ଲକଡାଉନ୍ ଜାରି ରହିବ । ତେବେ କିଛି କ୍ଷେତ୍ରରେ କଟକଣାକୁ କୋହଳ କରାଯାଇଛି । ଏହି ସମୟରେ ଅତ୍ୟାବଶ୍ୟକ ସେବା ଜାରି ରହିବ । ବନ୍ଦ ରହିବ ସରକାରୀ ଅଫିସ । ମାର୍କେଟ, ଓ୍ୱାର୍କପ୍ଲେସ୍ ଓ ସିନେମା ହଲ୍ ବନ୍ଦ ରହିବ । ତେବେ ନିର୍ମାଣ କାମ ଉପରେ କୌଣସି କଟକଣା ରହିବ ନାହିଁ ।

ଛୋଟ ଛୋଟ ସହରରେ ଯେଉଁଠି କରୋନା ସଂକ୍ରମିତଙ୍କ ସଂଖ୍ୟା କମ୍ ସେବୁ ସ୍ଥାନରେ କର୍ଫ୍ୟୁ ସୀମାକୁ ଦୁଇ ତିନି ଦିନ କମ୍ କରିପାରିବେ ସ୍ଥାନୀୟ ପ୍ରଶାସନ । ଗତକାଲି ରାଜ୍ୟ କ୍ୟାବିନେଟ ବୈଠକରେ ଲକଡାଉନ୍ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ରାଜ୍ୟରେ ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ୍ ପ୍ରସ୍ତାବ ଦେଇଥିଲେ ମନ୍ତ୍ରୀ ।

ଗତ ୨୪ ଘଣ୍ଟାରେ ରାଜସ୍ଥାନରୁ ୧୦ହଜାର ୫୧୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୪୨ ଜଣଙ୍କର ଜୀବନ ନେଇଛି କରୋନା । ଜୟପୁର, ଉଦୟପୁର, ଯୋଧପୁର ଓ କୋଟା କରୋନାର ହଟସ୍ପଟ ପାଲଟିଛନ୍ତି । ଏବେ ରାଜ୍ୟରେ ୬୭ ହଜାର କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.