Latest Odisha News

BREAKING NEWS

ଓଡ଼ିଆ ମୁଭି ‘ତୋର ମୋର କଟି’ର ଅଡିଓ ରିଲିଜ୍

ଭୁବନେଶ୍ୱର : ଓଡ଼ିଆ ସିନେ ପ୍ରେମୀଙ୍କ ପାଇଁ ଆଉ ଏକ ଭେଟି, ତୋର ମୋର କଟି । ଓଡ଼ିଆ ମୁଭି ‘ତୋର ମୋର କଟି’ର ଅଡିଓ ରିଲିଜ୍ ହୋଇଛି । ଝିଲିକ ମୋସନ୍ ପିକଚର୍ସର ତୃତୀୟ ଭେଟି, ତୋର ମୋର କଟି ।  ଭୁବନେଶ୍ୱରର ଏକ ତାରକା ହୋଟେଲରେ ଏହାର ଅଡିଓ ରିଲିଜ୍ ହୋଇଛି । ଅଭିନେତ୍ରୀରୁ ପ୍ରଯୋଜିକା ସାଜିଥିବା ଝିଲିକ ଭଟ୍ଟାଚାର୍ଯ୍ୟ ଏହି ଅବସରରେ ଯୋଗ ଦେଇ ଓଡ଼ିଆ ଚଳଚ୍ଚିତ୍ରର ପରିବର୍ତ୍ତନ ପାଇଁ ସଂକଳ୍ପବଦ୍ଧ ବୋଲି କହିଛନ୍ତି । ଅଡିଓ ରିଲିଜ୍ ଉତ୍ସବରେ ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ସିଦ୍ଧାନ୍ତ ମହାପାତ୍ର, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ, ସିନେ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ ।

ଚଳଚ୍ଚିତ୍ରର ସଂଳାପକାର ଦୀପକ ଜେନା ଓ ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ରମେଶ ରାଉତ । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ  । ଗୀତ ଗୁଡିକ ଗୀତିକାର ନିର୍ମଳ ନାୟକ ଏବଂ ଅରୁଣ ମନ୍ତ୍ରୀ ଲେଖିଥିବା ବେଳେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଦିପ୍ତୀରେଖା ପାଢ଼ୀ, ସବିଶେଷ, ଆଶୁତୋଷ, ଅନନ୍ୟା ଶ୍ରୀତମ ନନ୍ଦ ଏବଂ ଦେବକୃପା । ‘

ତୋର ମୋର କଟି’ ଚଳଚ୍ଚିତ୍ର ମାଧ୍ୟମରେ ଶୈଳେନ୍ଦ୍ର – ଶୀତଲ ଯୋଡି ପ୍ରଥମ ଥର ପାଇଁ ବଡ଼ ପରଦାରେ ଦର୍ଶକ ଦେଖିବାକୁ ପାଇବେ । ସିଦ୍ଧାନ୍ତ ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା, ସୁଧାଂଶୁ ମୋହନ ସାହୁ, ସଞ୍ଜୟ ନାୟକ, ବବି ମିଶ୍ର ଏବଂ ଐଶ୍ଵର୍ୟା, ରୁପସା, କଟପ୍ପା, ଦେବିକା ପ୍ରମୁଖ ଅଭିନୟ କରିଛନ୍ତି । ଚଳଚ୍ଚିତ୍ରରେ ୫ ଟି ଗୀତ ଥିବାବେଳେ ‘ତୋର ମୋର କଟି’ ଶୀର୍ଷ ସଙ୍ଗୀତକୁ ଅରୁଣ ମନ୍ତ୍ରୀ ଲେଖିଥିବା ବେଳେ କଣ୍ଠଦାନ କରିଛନ୍ତି ଦେବକୃପା ଓ ଅନନ୍ୟା ଶ୍ରୀତମ ନନ୍ଦ ।

Leave A Reply

Your email address will not be published.