Latest Odisha News

ରାଜ୍ୟରୁ କରୋନାରେ ଆଉ ୫୧ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଦ୍ୱିତୀୟ ଥର କରୋନା ମୃତ୍ୟସଂଖ୍ୟା ୫୦ରୁ ଅଧିକ ରହିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଉ ୫୧ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୧୭ ଜିଲ୍ଲାରୁ ମୃତକ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ଭୁବନେଶ୍ୱରରୁ ଅଛନ୍ତି ୫ ଜଣ ।

ବରଗଡ଼, ଢେଙ୍କାନାଳ, ମୟୂରଭଞ୍ଜ ଜିଲ୍ଲାରୁ କରୋନା ଆଉ ୫ ଜଣ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି । ଢେଙ୍କାନାଳ ଜିଲ୍ଲାରେ ପ୍ରାଣ ହରାଇଛନ୍ତି ୪ ସଂକ୍ରମିତ । କଟକ, ଯାଜପୁର, ନୟାଗଡ଼, ସୁନ୍ଦରଗଡ଼ ଜିଲ୍ଲାରୁ ଆଉ ୩ ଜଣ ଲେଖାଏ ମୃତ୍ୟୁବରଣ କରିଛନ୍ତି ।

ସେହିପରି ଭଦ୍ରକ, ଦେବଗଡ଼, ଗଞ୍ଜାମ, ଜଗତସିଂହପୁର, ପୁରୀ ଜିଲ୍ଲାରେ ଦୁଇ ଜଣ ଲେଖାଏ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । କନ୍ଧମାଳ, କେନ୍ଦ୍ରପଡ଼ା, କେନ୍ଦୁଝର, ନବରଙ୍ଗପୁର ଜିଲ୍ଲାର ଜଣେ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୪ହଜାର ୨୯୯କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.