Latest Odisha News

BREAKING NEWS

କଟକ କ୍ୟାନସର ହସ୍ପିଟାଲରେ ଆଉ ୫୫ କରୋନା ପଜିଟିଭ୍

କଟକ: ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଆଉ ୫୫ କରୋନା ପଜିଟିଭ ଚିହ୍ନଟ । ଗୋଟିଏ ଦିନରେ ଏତେ ସଂଖ୍ୟକ ଭୂତାଣୁ ସଂକ୍ରମିତ ବାହାରିଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ଜଣେ ନର୍ସ, ୧୮ ଜଣ ରୋଗୀ ଓ ରୋଗୀଙ୍କ ୩୬ ଜଣ ସମ୍ପର୍କୀୟ । ସମସ୍ତଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଗତ ୯ ଦିନ ଭିତରେ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ବାହାରିଲେଣି ୭୧ କରୋନା ସଂକ୍ରମିତ । ଗତକାଲି ୫ ଜଣ ରୋଗୀ ଓ ଜଣେ ଡାକ୍ତର ସଂକ୍ରମିତ ହୋଇଥିଲେ ।

କ୍ୟାନସର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତି ଗତ ମାସ ୨୪ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । କର୍କଟ ରୋଗୀ ହସ୍ପିଟାଲର ଜରୁରିକାଳୀନ ଓ୍ୱାର୍ଡରେ ଭର୍ତ୍ତି ହୋଇଥିଲେ । ତାପରଠୁ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି ।

Leave A Reply

Your email address will not be published.