Latest Odisha News

BREAKING NEWS

ସାପ୍ତାହିକ ସଟଡ଼ାଉନରେ ସାମିଲ୍ ହେଲା ଆଉ ଏକ ଜିଲ୍ଲା

ରାୟଗଡ଼ା: ବଲାଙ୍ଗୀର ଓ କେନ୍ଦ୍ରାପଡ଼ା ପରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ଜୁଲାଇ ମାସରେ ସାପ୍ତାହିକ ସଟଡ଼ାଉନ କରିବା ନେଇ ଗୁରୁବାର ଦିନ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

କରୋନା ସଂକ୍ରମଣ ରୋକିବା ଲାଗି ସାମାଜିକ ଦୂରତା ଓ ସଂଗରୋଧ ଜରୁରୀ ହୋଇପଡ଼ିଛି ଏବଂ ଏହି କାରଣରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି କହିଛନ୍ତି ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ।

ଜୁଲାଇ ୧ ତାରିଖଠାରୁ ରାଜ୍ୟ ସରକାର ଅନଲକ୍ ୨ୟ ପର୍ଯ୍ୟାୟରେ ଶନିବାର ଓ ରବିବାର ଦିନ ରାଜ୍ୟର ୧୦ଟି ଜିଲ୍ଲାରେ ସମ୍ପୂର୍ଣ୍ଣ ସଟଡ଼ାଉନ ଜୁନ ୩୦ରେ ନିଷ୍ପତ୍ତି ଗ୍ରହଣ କରିଥିଲେ । ଯେଉଁସବୁ ଜିଲ୍ଲାଗୁଡ଼ିକରେ ସଟଡ଼ାଉନ ହେବାନେଇ ନିଷ୍ପତ୍ତି ହୋଇଥିଲା ସେହି ଜିଲ୍ଲା ଗୁଡ଼ିକ ଥିଲା – ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଏବଂ ଝାରସୁଗୁଡ଼ା ଜିଲ୍ଲା ।

Leave A Reply

Your email address will not be published.