Latest Odisha News

BREAKING NEWS

୬ ମାସ ଭିତରେ ଶେଷ ହେବ ସମସ୍ତ କଲେଜଗୁଡ଼ିକର ଉନ୍ନତିକରଣ କାର୍ଯ୍ୟ: ୫ଟି ସଚିବ

ପୁରୀ: ପୁରୀର ସମସ୍ତ +୨ଏବଂ +୩ କଲେଜଗୁଡ଼ିକ ୫ଟି ରୂପାନ୍ତିକରଣରେ ସାମିଲ କରାଯାଇଛି । ଏଥିସହ ସମସ୍ତ କଲେଜଗୁଡିକ ଉନ୍ନତି ନିମନ୍ତେ ୫୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯିବ । ଏକ ମାସ ମଧ୍ୟରେ ସମସ୍ତ କଲେଜଗୁଡିକରେ ଉନ୍ନତିକରଣ କାର୍ଯ୍ୟ ଆରମ୍ଭ କରାଯାଇ ୬ ମାସ ମଧ୍ୟରେ ଶେଷ କରିବା ଲାଗି ଲକ୍ଷ ରଖା ଯାଇଛି । ଛାତ୍ର ଛାତ୍ରୀମାନେ ସ୍ମାର୍ଟ କ୍ଲାସ ରୁମ ସହ ଇ – ଲାଇବ୍ରେରୀ, ଆଦି ସୁବିଧା ପାଇ ପାରିବେ ବୋଲି କହିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ ।

ପୁରୀ ତାଳବଣିଆର ଆୟୋଜିତ ୫ଟି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ୫ଟି ସଚିବ ଭିକେ ପାଣ୍ଡିଆନ । ପାନୀୟ ଜଳ, ରାସ୍ତାଘାଟ, ଜମିପଟା ଆଦି ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ଲୋକେ ୫ଟି ସଚିବଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ବିଭିନ୍ନ ସମସ୍ୟାର ସମାଧାନ ନେଇ ସେ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିବେ । ଚାଷୀଙ୍କ ଅଭିଯୋଗ ପତ୍ରର ପ୍ରଥମେ ସମାଧାନ କରାଯିବ ବୋଲି କହିଥିଲେ ୫ଟି ସଚିବ ।

ପୁରୀ ତାଳବଣିଆ ପଡିଆରେ ଆୟୋଜିତ ୫ଟି କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଏଥିରେ ପୁରୀର ବିଭିନ୍ନ ସ୍କୁଲ କଲେଜରୁ ହଜାର ହଜାର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀମାନେ ନିଜର ଉତ୍ତମ ଭବିଷ୍ୟତ ଗଠନ କରିବା ସହ ପାଠ ପଢା ଏବଂ ଆତ୍ମବିଶ୍ୱାସ ନିହାତି ଆବଶ୍ୟକ । ଆପଣମାନେ ପଢନ୍ତୁ ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ସହ ଅଛନ୍ତି । ଗୁରୁଙ୍କୁ ସମ୍ମାନ ଏବଂ ଜୀବନରେ ଶୃଙ୍ଖଳା ନିଶ୍ଚୟ ସଫଳତା ଦେଇଥାଏ । ଛାତ୍ର ଛାତ୍ରୀ ମାନେ ଶୃଙ୍ଖଳିତ ଜୀବନ ଶୈଳୀ ଏବଂ ଏକାଗ୍ରତା ଆଣିଲେ ଉତ୍ତମ ଭବିଷ୍ୟତ ଗଢି ପାରିବେ ବୋଲି କହିଥିଲେ ୫ଟି ସଚିବ । ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ।

Leave A Reply

Your email address will not be published.