Latest Odisha News

BREAKING NEWS

ହରିୟାନାରେ ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡ଼ି ୭ ମୃତ

ମହେନ୍ଦ୍ରଗଡ଼: ହରିୟାଣାରେ ଶ୍ରୀଗଣେଶଙ୍କ ମୂର୍ତ୍ତି ବିସର୍ଜନ ବେଳେ ଅଭାବନୀୟ ଘଟଣା ଘଟିଛି । ବିଭିନ୍ନ ସ୍ଥାନରେ ମୂର୍ତ୍ତି ବିସର୍ଜନ ବେଳେ 7ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତଙ୍କୁ ହସପିଟାଲ ନିଆଯାଇ ଚିକିତ୍ସା କରାଯାଉଛି । ମହେନ୍ଦ୍ରଗଡ଼ର ଜଗଦୋଲି ଗ୍ରାମ କେନାଲରେ ମୂର୍ତ୍ତି ବିସର୍ଜନ କରୁଥିବା ସମୟରେ 12 ଜଣ ଶିଶୁ ଓ କିଶୋର ବୁଡ଼ି ଯାଇଥିଲେ । ଗାଁ ଲୋକେ ଉଦ୍ଧାର କରିବା ବେଳକୁ 4 ଜଣଙ୍କର ମୃତ୍ୟୁ ହୋଇଥିଲା 3ଜଣଙ୍କୁ ହସପିଟାଲ ନିଆଯାଇ ଚିକିତ୍ସା କରାଯାଉଛି ।

BjdElectrycity

ସେହିପରି କିଶୋରଙ୍କ ସମେତ ଚାରିଜଣ ବ୍ୟକ୍ତି ସୋନିପାଟର ମିମୁରପୁର ଏବଂ ଯମୁନାର ବେଗା ଘାଟରେ ବୁଡ଼ିଯାଇଥିଲେ। ଏଥିମଧ୍ୟରୁ ପିତା-ପୁତ୍ର ଏବଂ ପୁତୁରା ମିମାରପୁର ଘାଟରେ ବୁଡ଼ି ଯାଇଥିଲେ ଏବଂ ଅନ୍ୟ ଜଣେ ଯୁବକ ବେଗା ଘାଟରେ ବୁଡ଼ି ଯାଇଥିଲେ। 3 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯମୁନାରେ ବୁଡ଼ି ଯାଇଥିବା ଯୁବକକୁ ପୋଲିସ ଦମକଳବାହିନୀ ଖୋଜୁଛି।

ହରିୟାନା ମୁଖ୍ୟମନ୍ତ୍ରୀ ମୃତକଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିଥିବା ବେଳେ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବାପାଇଁ ଘୋଷଣା କରିଛନ୍ତି ।

Leave A Reply

Your email address will not be published.