Latest Odisha News

BREAKING NEWS

କଂଗ୍ରେସ ସଭାପତି ନିର୍ବାଚନରେ ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇଲେ ବରିଷ୍ଠ ନେତା

ଶଶି ଥରୁରଙ୍କ ସମେତ ପାଞ୍ଚ ସାଂସଦ ଲେଖିଲେ ଚିଠି

ନୂଆଦିଲ୍ଲୀ: କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନକୁ ନେଇ ବିବାଦ ପିଛା ଛାଡୁନି । ଅଧ୍ୟକ୍ଷ ନିର୍ବାଚନ ସ୍ବଚ୍ଛ କରିବା ପାଇଁ ପାଞ୍ଚ ଜଣ ଲୋକସଭା ସଦସ୍ୟ ପ୍ରଶ୍ନ ଉଠାଇଲେଣି । ସାଂସଦ ଶଶି ଥରୁର, ମନୀଷ ତିୱାରୀ, କାର୍ତ୍ତି ଚିଦାମ୍ବରମ୍, ପ୍ରଦ୍ୟୁତ ବାର୍ଦୋଲୋଇ ଏବଂ ଅବଦୁଲ ଖାଲିକ୍ ସଭାପତି ନିର୍ବାଚନ ପ୍ରକ୍ରିୟାର ନିରପେକ୍ଷତା ଏବଂ ସ୍ୱଚ୍ଛତା ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ।

ଏହି ନେତାମାନେ ଦଳର କେନ୍ଦ୍ରୀୟ ନିର୍ବାଚନ ଅଧିକାରୀ (ସିଏଏ) ମୁଖ୍ୟ ମଧୁସୂଦନ ମିଷ୍ଟ୍ରିଙ୍କୁ ପ୍ରଦେଶ କଂଗ୍ରେସ କମିଟି (ପିସିସି) ର ତାଲିକା ପ୍ରଦାନ କରିବାକୁ ଚିଠି ଲେଖି ଜଣାଇଛନ୍ତି । ପୂର୍ବରୁ ଏହି ନେତାମାନେ ପ୍ରଦେଶ କଂଗ୍ରେସ କମିଟିର ତାଲିକା ସାର୍ବଜନୀନ କରିବାକୁ କହିଥିଲେ । ମାତ୍ର ଦଳ ପକ୍ଷରୁ ଏହି ଦାବିକୁ ଅଗ୍ରାହ୍ୟ କରାଯାଇଥିଲା । ତେଣୁ ନିର୍ବାଚନରେ ନିରପେକ୍ଷତା ଉପରେ ଏବେଠାରୁ ପ୍ରଶ୍ନ ଉଠିଲାଣି ।

ସାଂସଦ ଶଶି ଥରୁର, ମନୀଷ ତିୱାରୀ, କାର୍ତ୍ତି ଚିଦାମ୍ବରମ୍, ପ୍ରଦ୍ୟୁତ ବାର୍ଦୋଲୋଇ ଏବଂ ଅବଦୁଲ ଖାଲିକ୍ ମିଷ୍ଟ୍ରି ଏବେ ଏହାକୁ ନେଇ ଲମ୍ବା ଚିଠି ଲେଖିଛନ୍ତି। କଂଗ୍ରେସ ‘ଭାରତ ଯୋଡୋ’ ଯାତ୍ରାର ଗୋଟିଏ ଦିନ ପୂର୍ବରୁ ସେପ୍ଟେମ୍ବର 6 ରେ ଏହି ଚିଠି ଲେଖାଯାଇଛି।  ସାଂସଦମାନେ ସେମାନଙ୍କ ଚିଠିରେ କହିଛନ୍ତି ଯେ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ, ରାଜ୍ୟ କଂଗ୍ରେସ କମିଟିର ତାଲିକା ବା ଭୋଟର ଲିଷ୍ଟ ପ୍ରସ୍ତୁତ ହେବା ଆବଶ୍ୟକ ।  ଭୋଟିଂରେ ଅଂଶଗ୍ରହଣ କରୁଥିବା ସମ୍ଭାବ୍ୟ ପ୍ରାର୍ଥୀମାନଙ୍କୁ ଏହି ତାଲିକା ପ୍ରଦାନ କରାଯିବା ଉଚିତ୍। ତେବେ ଦଳ ପକ୍ଷରୁ ଏହି ଦାବିକୁ ମଧ୍ୟ ସମର୍ଥନ କରି ପ୍ରାର୍ଥୀମାନଙ୍କୁ ସଦସ୍ୟ ବା ଭୋଟର ତାଲିକା ଦିଆଯିବ କି ନାହିଁ ସ୍ପଷ୍ଟ କରାଯାଇନାହିଁ ।

Leave A Reply

Your email address will not be published.