Latest Odisha News

BREAKING NEWS

ବେଆଇନ୍ ମାଙ୍କଡ଼ା ପଥର ଖନନ, ନିଲମ୍ବିତ ହେଲେ ୬ ସରକାରୀ ଅଧିକାରୀ

ନୟାଗଡ଼: ବେଆଇନ୍ ମାଙ୍କଡ଼ା ଖଣି ପଥର ଖନନରେ ଭୂମିକା ଥିବା ୬ ସରକାରୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ରଣପୁର ତହସିଲର ମୟୂରଝଲିଆ ଅଞ୍ଚଳରେ ଚାଲିଥିବା ମାଙ୍କଡ଼ା ପଥର ଖଣି ମାମଲାରେ ୬ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନୟାଗଡ଼ ଜିଲ୍ଲାପାଳ ।

ନିଲମ୍ବିତ ହୋଇଥିବା ଅଧିକାରୀଙ୍କ ମଧ୍ୟରେ ଦୁଇଜଣ ରାଜସ୍ୱ ନିରୀକ୍ଷକ, ଦୁଇଜଣ ସେକ୍ସନ୍ ଅଫିସର, ଜଣେ ସୁପରଭାଇଜର ଓ ଜଣେ କନିଷ୍ଠ ରାଜସ୍ୱ ସହାୟକ ରହିଛନ୍ତି । ବେଆଇନ୍ ଖଣି ଖନନ କ୍ଷେତ୍ରରେ ସେମାନଙ୍କ ଭୂମିକାକୁ ନେଇ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି ।

ସୂଚନାଯୋଗ୍ୟ, ନିକଟରେ ଏନଜିଟିଙ୍କ ନିର୍ଦ୍ଦେଶକୁ ନ ମାନିବା ନେଇ ୧୧ ଜଣଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଥିଲା । ୨ ଲିଜ୍ ଧାରୀ ଓ ୯ ଅଧିକାରୀଙ୍କ ବିରୋଧରେ ଏତଲା ହୋଇଥିବା ବେଳେ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଏନଜିଟି ୨ ଲିଜ୍ ଧାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.