Latest Odisha News

BREAKING NEWS

୬୦ ବର୍ଷରେ ଦ୍ୱିତୀୟ ଇନିଂସ ଆରମ୍ଭ କଲେ ଆଶୀଷ ବିଦ୍ୟାର୍ଥୀ

କୋଲକାତା: ବଲିଉଡ ଅଭିନେତା ଆଶିଷ ବିଦ୍ୟାର୍ଥୀ ଦ୍ୱିତୀୟ ବିବାହ କରିଛନ୍ତି । ୬୦ ବର୍ଷୀୟ ଆଶିଷ ଆସାମର ରୂପାଲୀ ବରୁଆଙ୍କ ସହ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି । ପରିବାରବର୍ଗ ଓ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ କୋଲକାତାର ଏକ କ୍ଲବରେ ସେମାନଙ୍କ ବିବାହ ହୋଇଥିଲା । ମୁଁ ଖୁସି । ପରିଣତ ବୟସରେ ରୂପାଲୀଙ୍କ ସହ ବିବାହ ମୋ ପାଇଁ ଭିନ୍ନ ସୁଖଦ ଅନୁଭୂତି ଆଣିଛି ବୋଲି ସେ କହିଛନ୍ତି । ରୂପାଲୀ ଅପସ୍କେଲ ଫେସନ ଷ୍ଟୋର କୋଲକାତା ସହ ଜଡିତ । ଜାତୀୟ ପୁରସ୍କାରପ୍ରାପ୍ତ ଆଶିଷ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟଲମ ସମେତ ୧୧ଟି ଭାଷାରେ ପ୍ରାୟ ୩୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ଆଶିଷ ଶକୁନ୍ତଳା ବରୁଆଙ୍କ ଝିଅ ରାଜୋଶୀ ବରୁଆଙ୍କୁ ପ୍ରଥମେ ବିବାହ କରିଥିଲେ । ସେମାନଙ୍କ ବିଦ୍ୟାର୍ଥୀ ନାମକ ଏକ ପୁତ୍ର ସନ୍ତାନ ରହିଛି ।

ରୂପାଲି ମଧ୍ୟ ଆଶିଷଙ୍କୁ ବିବାହ କରି ବେଶ ଖୁସି ଅଛନ୍ତି। ସେ କହିଛନ୍ତି, “ଆମେ ପରସ୍ପରକୁ କିଛି ଦିନ ତଳେ ଭେଟିଥିଲୁ। ଏହାପରେ ଆମ ସମ୍ପର୍କକୁ ଆଗକୁ ନେବାକୁ ନିଷ୍ପତ୍ତି ନେଇଥିଲୁ। ଆମେ ଉଭୟ ବାହାଘର ପରିବାର ଲୋକଙ୍କ ଉପସ୍ଥିତିରେ ଗୋଟିଏ କାର‌୍ୟ୍ୟକ୍ରମ ଜରିଆରେ ହେଉ ବୋଲି ଚାହୁଁଥିଲୁ। ତେଣୁ ଆଜି ସକାଳୁ ଆମେ ବିବାହ କରିଛୁ।”

Leave A Reply

Your email address will not be published.