Latest Odisha News

BREAKING NEWS

ଜମ୍ମୁ କଶ୍ମୀରରେ ଏନକାଉଣ୍ଟର, ୬ ଆତଙ୍କୀ ସଫା

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଏନକାଉଣ୍ଟରରେ ୬ ଆତଙ୍କୀ ନିହତ ହୋଇଛନ୍ତି । ଦୁଇଟି ପୃଥକ ପୃଥକ ସ୍ଥାନରେ ଏନକାଉଣ୍ଟର ହୋଇଛି । ଅନନ୍ତନାଗ ଓ କୁଲଗାମ ଜିଲ୍ଲାରେ ଏହି ଏନକାଉଣ୍ଟର ହୋଇଛି । ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ୪ ଜଣଙ୍କର ପରିଚୟ ମିଳି ପାରିଥିବା କାଶ୍ମୀର ଆଇଜି କହିଛନ୍ତି ।

ସମସ୍ତ ନିହତ ଆତଙ୍କବାଦୀ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ସଦସ୍ୟ ଥିଲେ । ସେମାନଙ୍କ ଭିତରେ ଦୁଇ ଜଣ ପାକିସ୍ତାନୀ ଆତଙ୍କବାଦୀ ଅଛନ୍ତି । ଅନନ୍ତନାଗ ଜିଲ୍ଲାର ନାଓଗାମ ଶାହବାଦରେ ପ୍ରଥମେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ଏଥିରେ ୩ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇଛନ୍ତି ସୁରକ୍ଷାକର୍ମୀ । ଜଣେ ପୋଲିସ ଆହତ ହୋଇଛନ୍ତି ।

ପରେ କୁଲଗାମ ଜିଲ୍ଲାର ମିରହାମାରେ ଏନକାଉଣ୍ଟର ହୋଇଥିଲା । ଯେଉଁଥିରେ ପୋଲିସ ଗୁଳିରେ ଟଳିଥିଲେ ୩ ଜଣ ଆତଙ୍କବାଦୀ । ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଆଉ କିଛି ଆତଙ୍କବାଦୀ ଲୁଚି ଥିବା ଆଶଙ୍କାରେ ଖାନତଲାସୀ ଜାରି ରହିଛି ।

Leave A Reply

Your email address will not be published.