Latest Odisha News

BREAKING NEWS

କେନ୍ଦୁଝରରୁ ୮ ମାଙ୍ଗାନିଜ ଲୁଟେରା ଗିରଫ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସ୍ଥିତ ରାଗୁଡା ଥାନା ଅନ୍ତର୍ଗତ କାଟା ସାହି ନିକଟ ଜଙ୍ଗଲରୁ ମାଙ୍ଗାନିଜ ଚୋରୀ କରିବା ଅଭିଯୋଗରେ ପୋଲିସ ୮ ଜଣଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନାନୁଯାୟୀ ମାଙ୍ଗାନିଜ ଚାଲାଣ ନେଇ ବୁଧବାର ଦିନ କୌଣସି ସୁତ୍ରରୁ ଖବର ପାଇ ପୋଲିସ ଉକ୍ତ ଅଞ୍ଚଳରେ ଚଢାଉ କରିବା ସହିତ ସନ୍ଦେହରେ କିଛି ଟ୍ରକକୁ ଅଟକାଇଥିଲେ ।

ପରେ ପୋଲିସ ୮ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୨ଟି ଟ୍ରକ୍, ଗୋଟିଏ ବୋଲେରୋ, ଗୋଟିଏ ବାଇକ୍ ଓ ୮ଟି ମୋବାଇଲ୍ ଫୋନ୍ ସହ ନଗଦ ଟଙ୍କା ଜବତ କରିଥିବା ନେଇ ସୁତ୍ରରୁ ପ୍ରକାଶ ।

ତେବେ ଏନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ଜଣାପଡିଛି ।

Leave A Reply

Your email address will not be published.