Latest Odisha News

ବ୍ୟାଙ୍କ ମ୍ୟାନେଜରଙ୍କ ଗାଡିରୁ ଜବତ ହେଲା ୬୦ କେଜିରୁ ଅଧିକ ଗଞ୍ଜେଇ

ବୌଦ୍ଧ: ବୌଦ୍ଧ ଟାଉନ୍ ଅଞ୍ଚଳରେ ଥିବା କଣ୍ଟମାଳ କୋଅପରେଟିଭ୍ ବ୍ୟାଙ୍କ ଶାଖା ପରିଚାଳକ ସୁନୀଲ ସାହୁଙ୍କ କାରରୁ ଜବତ ହୋଇଛି ୬୦ କେଜିରୁ ଉର୍ଦ୍ଧ୍ବ ଓଜନର ତିନି ପ୍ୟାକେଟ୍ ଗଞ୍ଜେଇ। ଏନେଇ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନଥିବା ସୂଚନା।

ପୋଲିସ ଦେଇଥିବା ସୂଚନାନୁସାରେ, ରବିବାର ରାତି ପ୍ରାୟ ୮ ଟା ସମୟରେ ମୁରସୁଣ୍ଡି-ବାଘିପଡା ରାସ୍ତାରେ ଥିବା ବ୍ରିଜ ଛକ ନିକଟରେ ପୋଲିସ କାରକୁ ଧରିଥିଲା। ଏହି ଗାଡି ଚାଳକ ଗାଡି ଛାଡି ପଳାଇ ଯାଇଥିଲେ।

ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଖୋଜାଖୋଜି ବେଳେ ଗାଡିରୁ ପ୍ରାୟ ୬୦.୩୫ କିଲୋଗ୍ରାମ ଓଜନର ତିନି ପ୍ୟାକେଟ ଗଞ୍ଜେଇ ଜବତ କରାଯାଇଛି।

Comments are closed.